କର୍ମକ୍ଷେତ୍ରରେ ମହିଳା ସୁରକ୍ଷା ସମ୍ପର୍କିତ ସଚେତନତା କର୍ମଶାଳା ।

0 202

ଭଞ୍ଜନଗର, ୨୧/୦୭(ପିପିଟି): ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆଜି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ଯୌନ ଉତ୍ପୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ପୁଷ୍ପାଞ୍ଜଳି ପଟ୍ଟନାୟକ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ସଙ୍ଗେ ମଞ୍ଚକୁ ନିମନ୍ତ୍ରଣ କରିଥିଲେ।ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ସୁଶାନ୍ତ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଆଇନଜୀବି ମୀର ବାଇ ଦେଓ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୋଷ ଆଇନର ବିଭିନ୍ନ ଦିଗ ଉପରେ ଛାତ୍ରୀମାନଙ୍କୁ ମିରାବାଇ ବୁଝାଇଥିଲେ। ତାଙ୍କ ପରେ ଅଧ୍ୟକ୍ଷ ଡ଼ ମଲ୍ଲିକ ମହାବିଦ୍ୟାଳୟ ପରିସରରେ କିପରି ନାରୀ ନିର୍ଯାତନା ମୁକ୍ତ, ଯୌନ ଉତ୍ପୀଡନ ମୁକ୍ତ ପରିବେଶ ଗଠନ ହେଇପାରିବ ସେ କ୍ଷେତ୍ରରେ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀଙ୍କୁ ଉପଦେଶ ଦେଇଥିଲେ ଏବଂ ଏପରି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତି ବିଶଷଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ ବୋଲି କହିଥିଲେ। ଛାତ୍ରୀମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ସାମାଜିକ ପ୍ରଥା ପରମ୍ପରା ବା ଲୋକ ଲଜ୍ଜ୍ୟାକୁ ଦୂରେଇ ରଖି ଯୌନ ନିର୍ଯାତନା ପ୍ରତି ସଚେତନ ହେଇ ଏହାକୁ ଦୃଢ଼ ପ୍ରତିବାଦ କରିବା ସଙ୍ଗେ ସଙ୍ଗେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ବାନ କରିଥିଲେ। ପରିଶେଷରେ ଡ଼.ମଞ୍ଜୁପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ସଭାରେ ଆଇସିସି ଅନ୍ୟାନ୍ୟ ସଦସ୍ୟ ଯଥା ଶ୍ରେୟ ପ୍ରଧାନ,ଶୁଭଶ୍ରୀ ସାହୁ, ପ୍ରିୟଙ୍କା ବରାଡ,ସ୍ମରଣିକା ପଣ୍ଡା,ଅଙ୍କିତା ଆଦି ଉପସ୍ଥିତ ଥିଲେ।ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ରହିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.