ନବନିଯୁକ୍ତ ପ୍ରାଥମିକ ଶିକ୍ଷକଙ୍କ ପାଞ୍ଚ ଦିବସୀୟ ପ୍ରେରଣା ତାଲିମ ଶିବିର ଉଦ୍ଘାଟିତ ।

0 324

ପୋଲସରା,୦୭/୦୨(ପିପିଟି) : ପୋଲସରା ବ୍ଲକରେ ନବନିଯୁକ୍ତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପଞ୍ଚ ଦିବସୀୟ ପ୍ରେରଣା ତାଲିମ ଶିବିର ବେଲଗାଁ ପଞ୍ଚାୟତ ସ୍ଥିତ କନକ ଦୁର୍ଗା ବିଦ୍ୟାପୀଠ ଠାରେ ଉଦ୍ଘାଟିତ ହୋଇଯାଇଛି। ଶିବିରରେ ଯୋଗ ଦେଇଥିବା ୨୬ ଗୋଟି ଗ୍ରାମ ପଞ୍ଚାୟତ ଏବଂ ଏନ ଏସିର ୪୪ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ୪ ଜଣ ସମ୍ବଳ ଶିକ୍ଷିତ ଗୁଣାତ୍ମକ ଶିକ୍ଷା ପ୍ରଦାନ, ମୌଳିକ ଭାଷାଜ୍ଞାନ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଶିବିରଟିକୁ ବି ଇ ଓ ପିଣ୍ଟୁ କୁମାର ପ୍ରଧାନ ଉଦ୍ଘାଟନ କରିଥିବା ବେଳେ ଏବିଇଓ ସ୍ୱରୂପ କୁମାର ପାତ୍ର, ବିଦ୍ୟା ପୀଠର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ପୋଲାଇ, ସ୍କାଉଟ୍ ଗାଇଡ ଶିକ୍ଷକ ବିକ୍ରମ ମହାରଣାଙ୍କ ସମେତ ସିଆରସିସି ମାନେ ଉପସ୍ଥିତ ରହି ସରକାରଙ୍କ ଶିକ୍ଷାନୀତି ନିୟମ ଉପରେ ମତବ୍ୟକ୍ତ କରିଥିଲେ। ଏହି ଶିବିରଟି ଆସନ୍ତା ୧୦ ତାରିଖ ମଙ୍ଗଳବାର ପଯ୍ୟନ୍ତ ଚାଲିବ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.