ସୁବର୍ଣ୍ଣପୁର ,୦୭/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଠାରେ ଚାଲିଥିବା ୨୦ ତମ ପାତାଳୀ ମହୋତ୍ସବରେ ବିଜୟ ମେଣ୍ଡଲି ଓ କେଦାର ଦାସ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାତାଳୀ ସେନା, ଚାଷୀ ବଂନ୍ଧୁ ଏଗ୍ରିକଲଚର ପ୍ରଡୁଶର କମ୍ପାନୀ ଓ ଆମ ଓଡ଼ିଶା ସମ୍ବାଦ ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ପୂର୍ବତନ ପରିବହନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଯାଲୋଏ ମେଡିକାଲ ଅଫିସର ଡ଼ଃ ମନ ପଣ୍ଡା ଓ କୋଟସମଲାଏ ମେଡିକାଲ ଅଫିସର ଡ଼ଃ ଆଦିତ୍ୟ ଶ୍ରୀତମ ରାଉତ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିବାବେଳେ ଶିବିର କୁ ପାତାଳି ସେନା ର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଶିକ୍ଷକ ମହେଶ ଦେହୁରୀ, ଅନିରୁଦ୍ଧ ପାଢ଼ୀ ସାମ୍ବାଦିକ ମଣ୍ଟୁ ମନ୍ତ୍ରା ପ୍ରେମା ନନ୍ଦ ନାଏକ, ରାଜେଶ ବାଘ, ପାତାଳି ଟ୍ରଷ୍ଟ ର ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ପlଢି, ଜଗଦୀଶ କର୍ଣ୍ଣ,ଜାନକୀ ରାମ ଦେହୁରୀ, ପାତାଳି ଟ୍ରଷ୍ଟ ସଭାପତି ଉତ୍ତର ପାତ୍ର, ନୀଳମଣି ମେଣ୍ଡଳୀ, ପ୍ରମୁଖ ରକ୍ତଦାନ ଶିବିର ରେ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ । ଉଲୁଣ୍ଡା ବ୍ଲକ ସମ୍ବାଦ ପ୍ରତିନିଧି କୁଶ ବଘାର ଏହି ଶିବିରକୁ ପରିଚାଳନା କରି ଥିଲେ ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ