ନାବାଳିକା ଅପହରଣ ଘଟଣାରେ ଯୁବକ ଗିରଫ ।

0 493

ଭଞ୍ଜନଗର, ୨୩/୦୧(ପିପିଟି) : ଗତ ୨୨ତାରିଖରେ ତାରସିଂ ଥାନା ଅନ୍ତର୍ଗତ ରାଣୀ କିଆରୀ ଗ୍ରାମର ପୀଡିତା ଝିଅର ମାଆ ପାଲୁଣି ମନ୍ତ୍ରୀ ନିଜ ନାବାଳିକା ଝିଅକୁ ଅପହରଣ ହୋଇଥିବା ଥାନାରେ ଜଣାଇଥିଲେ।ଏଥିରେ ଲେମ୍ଭେଇ ନିକଟ ମାଙ୍କଡ଼ କୁମ୍ପା ଗ୍ରାମର ଶିବ ନାୟକଙ୍କ ପୁଅ ପଦ୍ମ ଚରଣ ନାୟକ ଓରଫ
ଲଣ୍ଡା (୨୫)ର ହାତ ଥିବା ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ। ଏହି ଘଟଣାରେ ତାରସିଂ ଥାନା ପୋକ୍ସ ଆକ୍ଟ କେସ ନଂ ୪୦/୨୫ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।ଆଜି ଉକ୍ତ ନାବାଳିକା ଓ ଅପହରଣକାରୀ ଲଣ୍ଡାକୁ ପୋଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି।ପୋଲିସ ନାବାଳିକାର ବୟାନ ରେକର୍ଡ କରିବା ସହ ଅଭିଯୁକ୍ତ ଲଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.