ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ଶିବିର ।

0 353

ବେଲଗୁଣ୍ଠା,୧୩/୦୧(ପିପିଟି):ବେଲଗୁଣ୍ଠା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଶିବିରକୁ ଅନୁଷ୍ଠାନ ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି ।ସଂଯୋଜିକା ଡ଼ି କୁମାରୀ ସଙ୍ଗୀତା ବିନ୍ଧାଣିରା ଉଦ୍ଘାଟନୀ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ପୂର୍ବତନ ସଂଯୋଜିକା ଗୀତାଶ୍ରୀ ସାମନ୍ତ ଏହି କାର୍ଯ୍ୟକ୍ରମର ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । ପ୍ରଶିକ୍ଷିକା ଇତିଶ୍ରୀ ସ୍ୱାଇଁ ଏହାର ଆବଶ୍ୟକତା ସମ୍ପର୍କରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ବରିଷ୍ଠ କିରାଣୀ ପ୍ରମୋଦ କୁମାର ପ୍ରଧାନ,ମାନସ ରଞ୍ଜନ ପାତ୍ର ଉପସ୍ଥିତ ଥିବା ବେଳେ କର୍ମଚାରୀ ରୂବିନା ପରିଡା, ଶତ୍ରୁଘ୍ନ ବିଷୋୟୀ, ପ୍ରମିଳା ସିଅ, ରାଜେନ୍ଦ୍ର ନାରାୟଣ ପାତ୍ର ସହଯୋଗ କରିଥିଲେ । ପ୍ରଶିକ୍ଷଣର ଚତୁର୍ଥ ଦିବସରେ ଗଞ୍ଜାମ ଜିଲ୍ଳା ସଂଯୋଜକ ରିଙ୍କୁ ରାଜ ବେହେରା ପରିଦର୍ଶନରେ ଆସି ଛାତ୍ରୀ ଆତ୍ମ ସୂରକ୍ଷା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ଛାତ୍ରୀ ମାନଙ୍କୁ ବହୁ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.