5ଟି ସଚିବ ଗଜପତି ଜିଲ୍ଲା ଗସ୍ତ କରି ସମୀକ୍ଷା କଲେ ।

0 567

ପାରଳାଖେମୁଣ୍ଡି ୧୫/୦୫,5ଟି ସଚିବ ଭି କେ ପାଣ୍ଡିଆନ ଗଜପତି ଜିଲ୍ଲା ଗସ୍ତରେ ଆସି ଭାରତମାତା ପରିସରରେ ପ୍ରସ୍ତୁତ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଉନ୍ନୟନ ସଚିବ ଶୁରେଶ କୁମାର ମହାପାତ୍ର, ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗୁନୁରାଣି ପଟ୍ଟନାୟକ, ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । 5ଟି ସଚିବ କୋଭିଡ୍ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ଜିଲ୍ଲାରେ କୋଭିଡ ମୁକାବିଲା ପାଇଁ କିପରି ପ୍ରସ୍ତୁତି କରାଯାଇଛି, ବିଶେଷ କରି ଜିଲ୍ଲାକୁ ମାତ୍ରାଧିକ ସଂଖ୍ୟାରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ରହିବା ପାଇଁ କ୍ୟୁରେଣ୍ଟାଇନ କେନ୍ଦ୍ର ଗୁଡିକରେ କିଭଳି ବ୍ୟବସ୍ଥା କରାଯାଇଛି ଏବଂ ରାସ୍ତାରେ ଯେପରି କେହି ଚାଲି ଚାଲି ନ ଆସିବେ ସେ ନେଇ ଜିଲ୍ଲା ପ୍ରଶାସନ ତଥା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ଏହି ହସପିଟାଲକୁ କିଭଳି ୨୦୦ ଶର୍ଯ୍ୟା ବିଶିଷ୍ଟ ହସପିଟାଲ ରେ ପରିଣତ କରାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ୍ୟ ଆଲୋଚନା କରିଥିବା ଜିଲ୍ଲାପାଳ କହିଛନ୍ତି।
ସୌଜନ୍ୟ – ସୋସିଆଲ୍ ମିଡ଼ିଆ ।

Leave A Reply

Your email address will not be published.