ସୁବର୍ଣ୍ଣପୁର ଠାରେ ୬୨ ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ।

0 194

ସୁବର୍ଣ୍ଣପୁର ,୦୬/୧୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ପ୍ୟାରେଡ ପଡିଆ ଠାରେ ଜିଲ୍ଲା ପୋଲିସ୍ ପକ୍ଷରୁ ୬୨ ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଏସପି ଶ୍ରୀ ବିରେନ୍ଦ୍ର କୁମାର ନାୟକ ଯୋଗ ଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ଓ ରାଷ୍ଟ୍ରପତି, ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ଓ ହୋମ ଗାର୍ଡ ଡି ଜି ଙ୍କ ପ୍ରେରିତ ବାର୍ତ୍ତା ପଠନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଡି ଏସ ପି ଚନ୍ଦ୍ର ଶେଖର ଶବର, ଡି ଏସ ପି ରେଣୁକା ସୁନା, ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠି, ବି ଏମ୍ ପୁର ଏସ ଡି ପି ଓ ବାସୁ ଦେବ ଛତ୍ରିଆ, ଇନ୍ସପେକ୍ଟର ରାଜେଶ୍ୱରୀ ଭୋଇ, ସୋନପୁର ଥାନା ଅଧିକାରୀ ରଂଜିତ ସାହୁ, ଇନ୍ସପେକ୍ଟର ରମେଶ କୁମାର ମହାଣା ଯୋଗ ଦେଇ ଥିଲେ । ପୋଲିସ ହୋମ ଗାର୍ଡ ର ଦୁଇଟି ପ୍ଲାଟୁନ ପ୍ୟାରେଡ ରେ ଭାଗ ନେଇ ଥିବା ବେଳେ ମୂଖ୍ୟ ଅତିଥି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ । ପୋଲିସ କନେଷ୍ଟ ବଲ୍ ସଂଘ ର ସଭାପତି ଦିନେଶ ମିଶ୍ର ସଂପାଦକ ରଂଜିତ ପଧାନ, ମନୋଜ୍ ପଣ୍ଡା, ଚମରା ପଧାନ, କବି ମିସ୍ତ୍ରୀ ପ୍ରମୁଖ ସମସ୍ତ ସଦସ୍ୟ କାର୍ଯକ୍ରମ ରେ ସହଯୋଗ କରିଥିଲେ । ସଭା କୁ ଆର୍ ଆଇ ସରୋଜ ବେହେରା ପରିଚାଳନା କରିଥିବା ବେଳେ ସର୍ଜନ ନୀଳ କଣ୍ଠ କଅଁର ସହଯୋଗ କରିଥିଲେ । ଜିଲ୍ଲାର ବେଷ୍ଟ ହୋମ ଗାର୍ଡ ଭାବେ ଲଛି ପୁର ଥାନା ର ବିକ୍ରମ ଦାଶ, ବି ଏମ୍ ପୁର ଥାନା ର ବିନୋଦ ତାଣ୍ଡିଆ ଓ ସୋନପୁର ଥାନା ର ମହିଳା ହୋମ ଗାର୍ଡ ରାସେ ଶ୍ୱରି ଦୀପ ଙ୍କୁ ଆଜି ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଦିବସ ଅବସର ରେ ଆଜି ନିଉ ରିଜର୍ଭ ପୋଲିସ କଲୋନୀ ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.