ସାମୁହିକ ଔଷଧ ସେବନ ପାଇଁ ବ୍ଲକସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ।

0 158

ସୁବର୍ଣ୍ଣପୁର ,୦୯/୦୮(ପିପିଟି) : ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ସାମୁହିକ ଫାଇଲେରିଆ ଔଷଧ ସେବନ ଅଭିଯାନ ପାଇଁ ଦ୍ୱିତୀୟ ବ୍ଳକସୁରୀୟ ସମନ୍ୱୟ ବୈଠକ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇଙ୍କ ଆବାହକତ୍ବରେ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିସ୍କା ବେସ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ଯୋଗଦେଇଥିବା ବେଳେ ବିଶେଷ ଅତିଥି ଭାବେ ସୁବର୍ଣ୍ଣପୁର ପିଡ଼ି ଡୁଡ଼ା ବିଶ୍ୱନାଥ ବାରିକ ଏବଂ ଉଲୁଣ୍ଡା ତହସିଲଦାର ପ୍ରଶାନ୍ତ କୁମାର ମହାରଣା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଲୁଣ୍ଡାର ସିଡ଼ିପିଓ, ଫରେଷ୍ଟର, ସହକାରୀ ବ୍ଲକ ଶିକ୍ଷାଧିକାରୀ, ରାଜସ୍ବ ନିରୀକ୍ଷକଙ୍କ ସମେତ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ସଭାରେ ଯୋଗଦାନ କରିଥିଲେ । ବିପିଏମ୍ ସୁଧାଂଶୁ ଶେଖର ସେଠୀ ସଭା ପରିଚାଳନା କରିଥିବା ବେଳେ ଭିବିଡ଼ିଟିଏସ୍ ବିଦ୍ୟୁତ ପ୍ରକାଶ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.