ମିଲର୍ସ ଓ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା : ମଣ୍ଡିରୁ ଧାନ ଉଠୁ ନଥିବାରୁ ଚାଷୀଙ୍କ ଧାରଣା।

0 43

ସୁବର୍ଣ୍ଣପୁର ,୧୫/୦୬(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ବିନିକା ଅଞ୍ଚଳରେ ମଣ୍ଡି ବ୍ୟବସ୍ଥା ପ୍ରହସନ ପାଲଟିଛି । ଆଜକୁ ୪/୫ ଦିନ ହେଲା ବିନିକା ମଣ୍ଡି ରେ ଚାଷୀଙ୍କ ହଜାର ହଜାର କ୍ଵିଣ୍ଟାଲ ଧାନ କ୍ରୟ ହୋଇ ନପାରି ପଡି ରହିଥିବା ଦେଖିବାକୁ ମିଳିଛି ।ଫଳରେ ଖରା, ବର୍ଷା ଝଡ଼ ତୋଫାନ କୁ ସହ୍ୟ କରି ନିଜର କଷ୍ଟ ଉପାର୍ଜୀତ ଧାନକୁ ମଣ୍ଡିରେ ଜଗି ରହିଛଣ୍ଟି ଚାଷୀ ।ଧାନ ନ ଉଠିବାରୁ ଶେଷରେ ଚାଷୀ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି । ଆଜି ଶ୍ରୀ ଗଣେଶ କୃଷକ ସଂଗଠନ ତରଫରୁ ଶତାଧିକ ଚାଷୀ ସାମିଲ ହୋଇ ବିନିକା ମଣ୍ଡି ରେ ଧାନ ତୁରନ୍ତ ଉଠାଇବା ନେଇ ଧାରଣା ଦେଇଥିଲେ ।ହେଲେ ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଯୋଗାଣ ବିଭାଗ ର କୌଣସି ପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଆନ୍ଦୋଳନ ରତ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଚାଷୀଙ୍କ କହିବା ଅନୁଯାୟୀ ମିଲର୍ସ ଓ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ମିଲର୍ସ ମାନେ ଧାନକୁ ଶାଗ ମାଛ ଦରରେ ଅବୈଧ ଆକାରରେ ନେଉଛନ୍ତି ଓ ଜାଣି ଶୁଣି ମଣ୍ଡିକୁ ଟ୍ରକ ପଠାଉ ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଫଳରେ ମଣ୍ଡି ରେ ଶତାଧିକ ଧାନ ବୋଝେଇ ଟ୍ରାକଟର ଦିନ ଦିନ ଧରି ଛିଡା ହୋଇଥିବା ଦେଖିବାକୁ ମିଳିଛି।କୁଆଡେ ସରକାର କରିଥିବା ନୀତି ନିୟମକୁ ଉଭୟେ ମିଲର୍ସ ଓ ପ୍ରଶାସନିକ ଅଧିକାରୀ ଫୁ କରି ଦୁନିଆକୁ ଆହାର ଯୋଗାଉଥିବା ଚାଷୀଙ୍କୁ ଶୋଷଣ କରୁଥିବା ଧାରଣାରତ ଚାଷୀ ମାନେ ଅଭିଯୋଗ କରିଛନ୍ତି। ତେଣୁ ଯଥାଶୀଘ୍ର ମଣ୍ଡି ରେ ପଡି ରହିଥିବା ଧାନ କୁ ଉଠାଇବାକୁ ଚାଷୀ ସଂଗଠନ ପକ୍ଷରୁ ଦାବୀ ହୋଇଛି l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.