ଉଲୁଣ୍ଡା ,୩୦/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୃଷି କାର୍ଯ୍ୟାଳୟ ଠାରେ ସରକାରଙ୍କ କୃଷି ଓ କୃଷକର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହକାରୀ ବୈଷୟିକ ପରିଚାଳକ ମୀନକେତନ ମହାକୁରଙ୍କ ପରିଚାଳନାରେ ଅନୁଷ୍ଠିତ ସଚେତନତା ଶିବିରରେ ଉଭୟ ଉଲୁଣ୍ଡା, ବୀରମହାରାଜ ପୂର୍ ବ୍ଲକର ସମସ୍ତ କୃଷି ଓଭରସିଅର, ଗ୍ରାମ୍ୟ କୃଷି କର୍ମଚାରୀ, ବ୍ଲକ ବୈଷୟିକ ପରିଚାଳକ, ସହକାରୀ ବୈଷୟିକ ପରିଚାଳକ, କୃଷକ ସାଥୀ, ଅଗ୍ରଣୀ ଚାଷୀ ୧୫୦ ଜଣ ତାଲିମାର୍ଥି ଯୋଗଦେଇ ଥିଲେ। ମୂଖ୍ୟ ଅତିଥି ଭାବରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା ସୁବର୍ଣ୍ଣ ପୁର ଡ ବିଭୂତି ଭୂଷଣ ମିଶ୍ର ଯୋଗଦେଇ କୃଷି ବିଭାଗ ଦ୍ଵାରା ଚାଲୁ ଥିବା ବିଭିନ୍ନ ଯୋଜନା, ଚିରନ୍ତନ କୃଷି ଓ ଶସ୍ୟ ଉତ୍ପାଦନ ସଂପର୍କରେ ଅବଗତ କରିଥିଲେ । ଅତିରିକ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀ ବିଦ୍ୟାଧର ଦାସ, ମୃତ୍ତିକା ସଂରକ୍ଷଣ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସମ୍ଭୂରାଜ୍ ଭୋଇ, ମାର୍କଫେଡ୍ ଗୋ ଡାଉନ୍ ମେନେଜର ଗଣେଶ୍ୱର ମହାପାତ୍ର ଯୋଗ ଦେଇ ବିଭାଗୀୟ ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ସୁବର୍ଣ୍ଣ ପୁର ବରିଷ୍ଠ ବୈଜ୍ଞାନିକ ଡ ତ୍ରିନାଥ ଖଣ୍ଡାୟତ ରାୟ ସମନ୍ୱିତ ରୋଗ ପୋକ ପରିଚାଳନା ସଂପର୍କରେ ଅବଗତ କରିଥିଲେ।ସହକାରୀ କୃଷି ଅଧିକାରୀ ସୋମ୍ୟ ରଞ୍ଜନ ପଧାନ ଜଳବାୟୁ ପରିବର୍ତ୍ତନ ଓ ଚାଷ, ସହକାରୀ କୃଷି ଯନ୍ତ୍ରୀ ଇଂ ପ୍ରିୟଙ୍କା ବେହେରା କୃଷି ଯାନ୍ତ୍ରିକରଣ ରେ ଡିବିଟି ଓ କୃଷି ରେସୂଚନା ଓ ପ୍ରଜୁକ୍ତିବିଦ୍ୟା ସଂପର୍କରେ ସଚେତନ କରିଥଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲା ଅଧିକାରି ଦିଲ ରଞ୍ଜନ ମହାଳିକ ସଚେତନତା ସମାବେଶ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରିଥିବା ବେଳେ ଗୋଷ୍ଠୀ କୃଷି ଅଧିକାରୀ ମକରଧ୍ବଜ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।ସହକାରୀ କୃଷି ଅଧିକାରୀ ଯଶୋବନ୍ତ ପଧ।ନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ବଧ।ନ ରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ