ଡକାୟତି ଯୋଜନା ଫେଲ ମାରିଲା; ୪ଅପରାଧୀ ଗିରଫ ।

0 423

ଭଞ୍ଜନଗର,୧୭/୦୨(ପିପିଟି): ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଛକରେ ୫ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ।ସେଥିମଧ୍ୟରୁ ବ୍ରହ୍ମପୁର ହରଡ଼ା ଖଣ୍ଡି ଅଞ୍ଚଳର କବିରାଜ ନାୟକ(୩୪),ପପୁନ ନାୟକ(୨୨),ଟୁକୁନା ନାୟକ(୨୧) ଓ ବଳିଆ ନାୟକ(୨୨)ଙ୍କୁ ପୁଲିସ ଗିରଫ କରି ସେମାନଙ୍କ ଠାରୁ ଗୋଟିଏ କାତି, ଦୁଇଟି ଖଣ୍ଡା, ଗୋଟିଏ ଲୁହା ଛଡ଼, ଦୁଇଟି ଲାଠି, ଦୁଇଟି ଜୀବନ୍ତ ବୋମା,୭ଟି ବୋତଲ ବୋମା ଓ କିଛି ଲଙ୍କା ଗୁଣ୍ଡ ପ୍ୟାକେଟ ଜବତ କରିଛି।ଅନ୍ୟଜଣେ ଅପରାଧୀ ଖସି ଯିବାରେ ସକ୍ଷମ ହୋଇଛି। ପୁଲିସ ଏସ.ଆଇ ମନସ୍ୱିନୀ ମହାନ୍ତିଙ୍କ ନେତୃତ୍ୱରେ ଅନ୍ୟ ପୁଲିସ କର୍ମଚାରୀ ବଳରାମ ଜେନା, ଅଶ୍ୱିନୀ କୁମାର ସ୍ୱାଇଁ, ପଙ୍କଜ ବିଷୋୟୀ ଓ ଅନ୍ୟମାନେ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହ ଜନକ ଅବସ୍ଥାରେ ଏହି ଯୁବକ ମାନଙ୍କୁ ଧରିଥିଲେ।ଭଞ୍ଜନଗର ଥାନା କେଶ ନଂ ୯୩/୨୨ରେ ଏକ ମାମଲା ରୁଜୁ କରାଯାଇ ଅପରାଧୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.