ବାଇକ ଦୁର୍ଘଟଣାରେ ୨ ମୃତ୍ୟୁ ,ଜଣେ ଗୁରୁତର ।

0 223

ମାଲକାନଗିରି,୧୪/୦୨(ପିପିଟି): ରବିବାର  ସକାଳେ ନାୟକଗୁଡା ଏବଂ ଦରିଗୁଡା ରାସ୍ତାରେ ବାଇକ ଦୁର୍ଘଟଣା ହେବା ଯୋଗୁଁ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ଜଣେ ଗୁରୁତର ହୋଇଥିବା ଜଣା ପଡିଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମାଲକାନଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସୂଚନା ଅନୁସାରେ, ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ନାୟକଗୁଡା ଏବଂ ଦରିଗୁଡା ରାସ୍ତା ଉପରେ ୨ଟି ବାଇକ ପରସ୍ପର ଧକ୍କା ହୋଇଥିଲା । ଗୋଟିଏ ବାଇକରେ ସମରଥଗୁଡା ଗାଁର ଗୌର ଭୂମିଆ ଓ ଏମଭି-୯୩ ଗାଁର ନୀଳ କମଳ ସରକାର ନାୟକଗୁଡା ଗାଁରୁ ଦରିଗୁଡାକୁ ଅଭିମୁଖେ ଯାଉଥିଲେ । ଏହି ସମୟରେ ନାୟକଗୁଡା ଗାଁର ରାମ ଖୁଡୁକୁ ନାମକ ବ୍ୟକ୍ତି ଅନ୍ୟ ଏକ ବାଇକରେ ଦରିଗୁଡା ଠାରୁ ନିଜ ଗାଁ ନାୟକଗୁଡାକୁ ଆସୁଥିଲେ ।ଏହି ସମୟରେ ନାୟକଗୁଡା ଓ ଦରିଗୁଡା ମଧ୍ୟରେ ୨ଟି ବାଇକ କ୍ଷୀପ୍ର ଗତିରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୩ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ୩ ଜଣଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ଡାକ୍ତର ରାମ ଖୁଡୁକୁ ଓ ଗୌର ଭୂମିଆଙ୍କୁ ମୃତ ଘୋଷଣା କରିଥିଲେ। ନୀଳ କମଳଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.