ବେଗୁନିଆ,୧୩/୧୨(ପିପିଟି): ରାଜ୍ୟରେ ସ୍ବାସ୍ଥ୍ୟର ଅଭାବ ଦେଖା ଯାଉଥିବା ବେଳେ ଆଜି ଏହାକୁ ଖଣ୍ଡନକରି ବେଗୁନିଆରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବାସ୍ତବ ପରିଚୟ ପ୍ରଦାନ କରିଛନ୍ତି। ଏହି କାର୍ଡ ଦ୍ଵାରା ମହିଳା ମାନେ ୧୦ଲକ୍ଷ ଓ ପୁରୁଷ ମାନେ ୫ଲକ୍ଷ ପର୍ଯ୍ୟନ୍ତ ଅଟକଳ ରାଶି ଯୋଗାଇଦିଆଯିବ। ଉକ୍ତ କାର୍ଯ୍ୟକ୍ରମରେ ବୋଲଗଡ଼-ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ପରିଚାଳନା ରେ ବେଗୁନିଆ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ବହୁ ଅଭାବି ଜନସାଧାରଣଙ୍କୁ ଏହି କାର୍ଡ ବଣ୍ଟନ କରିଥିବା ସହ ବେଗୁନିଆ ଓ ବୋଲଗଡ଼ ଅଞ୍ଚଳର ସମସ୍ତ ପ୍ରକାରର ଅସୁବିଧାକୁ ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ବହୁ ଜନସାଧାରଣ ଯୋଗ ଦେବା ସହ ଏକ ଉତ୍ସବ ମୁଖର ହୋଇଥିଲା ବୋଲି ରାଜେନ୍ଦ୍ର କୁମାର ସାହୁ ମତ ବ୍ୟକ୍ତ କରିଛନ୍ତି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)