ହିଞ୍ଜିଳି ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ।

0 215

ହିଞ୍ଜିଳିକାଟୁ; ୦୫/୧୨(ପିପିଟି ) ସ୍ଥାନୀୟ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ସକାଳ ୦୮ଘଣ୍ଟ ସମୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗୋଷ୍ଠୀଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବ୍ଳକ୍ ଅଧ୍ୟକ୍ଷା ଶ୍ରୀମତି ସରସ୍ୱତୀ ସେଠୀ, ସମ୍ମାନିତ ଅତିଥି ଭାବେ ପୋୖର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ,ବ୍ଳକ୍ ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ ଏବଂ ଅନ୍ୟାନ୍ୟ ଅତିଥି ରୂପେ ୬୮ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଏଳା. ସୁଦର୍ଶନ ମଞ୍ଚାସିନ ରହି ସଭାକାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାରୁ ସରପଞ୍ଚ ନୀଳାଞ୍ଚଳ ସାହୁ ,ଦାରୁଭଦ୍ରା ସରପଞ୍ଚ ଏବଂ ସ୍ଥାନୀୟ ବ୍ଳକ୍ ର ସମସ୍ତ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ,ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ । ଆଜିର ଏହି ଆୟୋଜିତ ଶିବରରେ ସର୍ବମୋଟ ୩୬୫ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାମ ପଞ୍ଜୀକୃତ ହୋଇଥିଲା । ୩୫ ଜଣଙ୍କୁ ତିନି ଚକିଆ ସାଇକେଲ, ୧୩ ଜଣଙ୍କୁ ଚକ ଲଗା ଚେୟାର, ପି.ଏ.ସି ୩୨ ଜଣଙ୍କୁ, ୫୦ଜଣଙ୍କୁ ଶ୍ରବଣ ଯନ୍ତ୍ର,୬ଜଣଙ୍କୁ ବ୍ଲାଇଣ୍ଡ ଷ୍ଟିକ,୧୩ ଜଣଙ୍କୁ ଏମ.ଏସ.ଆ.ଡି କିଟ୍, ୯୮ ଜଣଙ୍କୁ ରାସନ କାର୍ଡ, ୩୬୨ଜଣଙ୍କୁ ବସ୍ ଓ ଟ୍ରେନ୍ ପାସ୍, ୪୨ଜଣଙ୍କୁ ବ୍ୟାଙ୍କ ଋଣ ସହାୟତା ପ୍ରଦାନ କରାଯାଇଥିଲା ।

ରିପୋର୍ଟ – ଅଜିତ୍ କୁମାର ପଟ୍ଟନାୟକ

Leave A Reply

Your email address will not be published.