ପୋଲସରା,୦୪/୦୯ (ପିପିଟି): ପୋଲସରା ହାତୀଓଟ ପଞ୍ଚାୟତ ସ୍ଥିତ ମା’ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଜ୍ଞାନ ବିଜ୍ଞାନ ମେଳାରେ ତିନିଟି ବିଭାଗରୁ ମୋଟ ୨୩ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବାଳକ ବାଳିକା ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ମେଳାକୁ ଅନୁଷ୍ଠାନର ପରିଚାଳନା କମିଟି ଉପସଭାପତି ସନ୍ତୋଷ କୁମାର ପାତ୍ର ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶୁଭ ଉଦଘାଟନ କରିବା ସହିତ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେବାସହ ପ୍ରତିଯୋଗୀମାନଙ୍କ ସଫଳତା ଶୁଭକାମନା କରିଥିଲେ। ପରେ ପ୍ରଦର୍ଶନୀ ମେଳା ସମାପ୍ତ ପରେ ଅନୁଷ୍ଠାନର ସୁଜାତା, ରମାଦେବୀ ଓ ଶୁଭଲକ୍ଷ୍ମୀ ଗୁରୁମାମାନଙ୍କ ଦ୍ଵାରା ପ୍ରକଳ୍ପ ଗୁଡ଼ିକର ପରିଦର୍ଶନ ସ୍ୱରୂପ ମୂଲ୍ୟାୟନ କରିଥିଲେ। ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବୈଠକରେ ‘କ’ ବିଭାଗରୁ ହରପ୍ରିୟା ପ୍ରଧାନ ପ୍ରଥମ ସ୍ଥାନ, ଶୋହନ ଶେଖର ସାହୁ ଦ୍ଵିତୀୟ ସ୍ଥାନ ଓ ଦିବ୍ୟାଂଶୀ ପାଢ଼ୀ ତୃତୀୟ ସ୍ଥାନ ଏବଂ ‘ଖ’ ବିଭାଗରୁ ପ୍ରିୟଳ ସ୍ଵାଇଁ ପ୍ରଥମ ସ୍ଥାନ, ପ୍ରିୟାଲି ସାହୁ ୨ୟ ସ୍ଥାନ ଓ ପ୍ରିୟାଂଶୁ ଶେଖର ପାଢ଼ୀ ୩ୟ ସ୍ଥାନ ଏବଂ ‘ଗ’ ବିଭାଗରୁ ଅର୍ପିତା ପାତ୍ର ୧ମ, ପ୍ରିୟାଂଶୀ ପ୍ରିୟଦର୍ଶିନୀ ସାହୁ ୨ୟ ଓ ପ୍ରିୟାରାଣୀ ପଣ୍ଡା ୩ୟ ସ୍ଥାନ ଅଧିକାର କରି
ପୋଲସରା ପୌରପରିଷଦ କଲେଜ ତୋଟାସାହି ସ୍ଥିତ ମା’ ସରସ୍ଵତୀ ଶିଶୁ ବିଦ୍ୟା ଭବନରେ ଆଗାମୀ ଦିନରେ ହେବାକୁ ଥିବା ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳାରେ ଯୋଗଦେବାକୁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ଫକ୍ଷରୁ ପୁରସ୍କୃତ କରାଯାଇଥିଲା। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ କମିଟି ସମ୍ପାଦକ ସନ୍ତୋଷ କୁମାର ମହାରଣା, ସହ ସମ୍ପାଦକ ଜଗନ୍ନାଥ ସାହୁ ଏବଂ ସମସ୍ତ ଗୁରୁମାମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା