ହରଭଙ୍ଗାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ।

0 0

ହରଭଙ୍ଗା,୧୪/୦୮: ହରଭଙ୍ଗା କାଳୀ ମନ୍ଦିରରୁ ଗୁରୁବାର ଅପରାହ୍ନ ୫ ଟା ସମୟରେ ହର ଘର ତ୍ରିରଙ୍ଗା ପାଇଁ ଏକ ବିଶାଳ ଶୋଭାଯାତ୍ରା ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାହ୍ନୁଚରଣ ନାଥ, ସମିତି ସଭ୍ୟ ଚିତରଞ୍ଜନ ସେଠିଙ୍କ ସହିତ ଅଞ୍ଚଳର ଶହ ଶହ ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇ ବନ୍ଦେ ମାତାରାମ ଗୀତର ତାଳେ ତାଳେ ହାତରେ ତ୍ରିରଙ୍ଗା ପତାକା ଧରି ହରଭଙ୍ଗା ବଜାର ପରିକ୍ରମା କରିଥିଲେ। ବଜାର ପରିକ୍ରମା ପରେ ଶୋଭାଯାତ୍ରା କଲେଜ ପର୍ଯ୍ୟନ୍ତ ପହଂଚିଥିଲା । ସେହିପରି ଆଜି ସକାଳେ ପୁରୁଣାକଟକ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ପୁରୁଣାକଟକରେ କଲେଜ ଠାରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିବା ଦେଖିବାକୁ ମିଳିଥିଲା । ଏଥିରେ ଶହ ଶହ କଲେଜ ଛାତ୍ର ଛାତ୍ରୀ ହାତରେ ୫ ଶହ ମିଟର ଲମ୍ବର ତ୍ରିରଙ୍ଗା ଧରି ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରା ସମୟରେ ବଜାର ତ୍ରିରଙ୍ଗାମୟ ହୋଇପଡିଥିଲା ।

Leave A Reply

Your email address will not be published.