ସ୍ବର୍ଗତ ଡ଼.ନିଶା କର ପାଢ଼ୀଙ୍କ ସ୍ମୃତିସଭାରେ ଯୋଗ ଦେଲେ ପୂର୍ବତନ ଛାତ୍ର ଛାତ୍ରୀ ।

0 284

ଭଞ୍ଜନଗର,୨୫/୦୬(ପିପିଟି); ବଡ଼ କୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାଧ୍ୟାପକ ସ୍ବର୍ଗତ ଡ଼. ନିଶାକର ପାଢ଼ୀଙ୍କର ଦ୍ୱାଦଶ ଶ୍ରlଦ୍ଧଦିବସ ଅବସରରେ ଏକ ଶ୍ରୁତି ଚାରଣ ସଭା ସମାଜସେବୀ ଶୂଳପାଣି ଶତପଥିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷକ ନେତା ଜଗବନ୍ଧୁ ଜେନା, କବି ରବି ଜେନା, ପ୍ରଶାନ୍ତ ମହାନ୍ତି ଓ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ମଞ୍ଚାସୀନ ହୋଇ ସ୍ବର୍ଗତ ପାଢ଼ୀଙ୍କର ଶ୍ରୁତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ତାରିଣୀ, ଗାୟତ୍ରୀ ସାହୁ, ବିଶ୍ୱନାଥ ପାତ୍ର, ନେତାଜୀ ବିଷୋୟୀ, ପରିବେଶବିତ ବିଜୟ କୁମାର ପ୍ରଧାନ ପ୍ରମୁଖ ଡ଼ଃ ପାଢ଼ୀଙ୍କର ଉଦେଶ୍ୟରେ ନିଜର ଅନୁଭୂତି କହିଥିଲେ । ପ୍ରାରମ୍ଭରେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରକୃତିପ୍ରେମୀ ବିଜୟ ପ୍ରଧାନଙ୍କ ଦ୍ୱାରା ସ୍ବର୍ଗତ ପାଢ଼ୀଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ମାନଙ୍କ ଦ୍ୱାରା କରାଯାଇଥିଲା । ଏହି ଅବସରରେ ଏକ ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଶେଷରେ ପୁରାତନ ଛାତ୍ର ନେତାଜୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଶରତ ଚନ୍ଦ୍ର ବେହେରା, ନୀଳାଞ୍ଚଳ ପ୍ରଧାନ, ରାମ ପ୍ରସାଦ ମିଶ୍ର, ସୁଜାତା ଦାସ, ରାଜଲକ୍ଷ୍ମୀ ସାହୁ, ସୁରଭି କୁସୁମ, ରାଜଶ୍ରୀ ପଟ୍ଟନାୟକ, ବାଳକୃଷ୍ଣ ପାତ୍ର ସାଜନ ସ୍ୱାଇଁ, ନିର୍ମଳ ସ୍ୱାଇଁ, ବାହାନ ପାତ୍ର, ପ୍ରମୁଖ ପରିଚାଳନା କରିଥିଲେ। ଏହି ଦ୍ୱାଦଶ ଶ୍ରlଦ୍ଧ ଦିବସରେ ଏକ ଶହରୁ ଉର୍ଦ୍ଧ୍ବ ଛାତ୍ର, ଛାତ୍ରୀ ଓ ଅଞ୍ଚଳ ବାସୀ ଯୋଗ ଦେଇଥିଲେ ।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.