ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ।

0 67

ପୋଲସରା, ୦୧୵୧୦ବିଜ୍ଞାନ ମହାବିଦ୍ୟାଳୟରେ ୨(୦) ବାଳିକା ବଟାଲିୟନ ରାୟଗଡ଼ା ତରଫରୁ “ସ୍ୱଛତା ହିଁ ସେବା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ଯକ୍ଷ ବନମାଳୀ ବେହେରା ସମର ଶିକ୍ଷାର୍ଥୀ ଵାହିନୀର ଛାତ୍ରୀ ତଥା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ସ୍ୱଛତା ଉପରେ କିଛି ବିଶେଷତ୍ୱ ଦର୍ଶାଇଥିଲେ। ଆଜି ୯.୦୦ ଘଣ୍ଟ ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୦.୦୦ ଘଣ୍ଟ ସମୟରେ ଶେଷ ହୋଇଥିଲା। ଲେପ୍ଟନେଣ୍ଟ ବିନତା କୁମାରୀ ଦାସ ଏନ୍.ସି.ସି ଅଫିସର୍ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରି କାର୍ଯ୍ୟକ୍ରମ କୁ ଆଗକୁ ବଢାଇଥିଲେ।

ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.