ସୋସିଆଲ ମିଡ଼ିଆ ର ପ୍ରଭାବ ରେ ଅଲୋଡ଼ା ହୋଇଛି ଗ୍ରୀଟିଙ୍ଗ୍ସ କାର୍ଡ ।

0 109

ବୋଲଗଡ଼,୩୧/୧୨(ପିପିଟି):ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ର ପ୍ରଭାବ ରେ ଅଲୋଡ଼ା ହୋଇ ପଡିଛି ଗ୍ରୀଟିଙ୍ଗ କାଡ୍। ସମୟଥିଲା ଗ୍ରାମୀଣ ଓ ସହରାଞ୍ଚଳରେ ପିଲାଙ୍କ ମଧ୍ୟରେ ହେଉ କିମ୍ବା ସାଙ୍ଗ ସାଥି ରେ ହେଉ ଗ୍ରୀଟିଙ୍ଗ କାଡ କୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଥିଲା। ଇଂରାଜୀ ନବବର୍ଷ ହେଉ ଅବା ଓଡ଼ିଆ ନବବର୍ଷ ପଣାସଂକ୍ରାନ୍ତି ହେଉ ନିଜର ସାଙ୍ଗ ସାଥି କିମ୍ବା ନିଜର ବନ୍ଧୁ ବାନ୍ଧବ ମାନଙ୍କ ମଧ୍ୟରେ ନବ ବର୍ଷକୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇବା ପାଇଁ ଗ୍ରୀଟିଙ୍ଗ କାଡ ଦିଆନିଆ ଆରମ୍ଭ ହୋଇ ଯାଉଥିଲା।ଦେବାଦେବୀ , ଖେଳାଳି, ସିନେ ତାରକା, କାର୍ଟୁନ୍,ପ୍ରକୃତିର ଦୃଷ୍ୟ ଆଦିର ଗ୍ରୀଟିଙ୍ଗ ଫଟୋ ପ୍ରେରଣ କରା ଯାଉଥିଲା। ଏହି ଗ୍ରୀଟିଙ୍ଗକାଡ ଆଦାନ ପ୍ରଦାନ ରେ ନିଜର ପ୍ରିୟଜନଙ୍କ ମଧ୍ୟରେ ରହିଥିବା ଆବେଗକୁ ପ୍ରକାଶ କରୁଥିଲା। ନବ ବର୍ଷକୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇବା ର ନିଆରା ମାଧ୍ୟମ ଥିଲା ଏହି ଗ୍ରୀଟିଙ୍ଗ କାଡ୍। କିନ୍ତୁ ସମୟ ବଦଳି ଯାଇଛି ବର୍ତ୍ତମାନ ସମୟରେ ତାହାର ସ୍ଥାନ ନେଇଛି ସାମାଜିକ ଗଣମାଧ୍ୟମ। ପ୍ରାୟ ସମସ୍ତ ଙ୍କ ପାଖରେ ମୋବାଇଲ୍ ରହିଥିବା ବେଳେ ୱାଟ୍ସଆପ, ଫେସବୁକ, ଇନଷ୍ଟାଗ୍ରାମ, ଟ୍ୱିଟର ଇତ୍ଯାଦି ଜରିଆରେ ଏବେ ସୁଭେଛା ଜଣାଉ ଥିବାରୁ ଗ୍ରୀଟିଙ୍ଗ କାଡ ଅଲୋଡ଼ା ହୋଇଯାଇଛି। ଆଜିର ସମୟରେ ଛୋଟ ପିଲାମାନଙ୍କ ଠାରୁ ଜୁବକ ଓ ବୃଧ ମାନଙ୍କ ପର୍ଯ୍ୟନ୍ତ ନିଜର ସ୍ମାଟଫୋନ ବହୁଳ ଭାବରେ ବ୍ୟବହାର ଦ୍ୱାରା ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଚାହିଦା ବହୁଗୁଣରେ ବୃଦ୍ଧି ପାଇଛି। ଯାହା କି ଲୋକ ମାନେ ଭରପୁର ଫାଇଦା ଉଠାଉ ଛନ୍ତି।ଯାହା କି ନୂଆ ଢାଞ୍ଚାରେ ନିଜକୁ ଖାପ ଖୁଆଇ ଆଗକୁ ବଢି ଚାଲିଥିବା ବେଳେ ହାତରେ ଲେଖା ଗ୍ରୀଟିଙ୍ଗ ପ୍ରେରଣ ପରମ୍ପରା ପ୍ରାୟ ଲୋପ ପାଇବାକୁ ବସିଲାଣି। ଚଳିତବର୍ଷ ବୋଲଗଡ଼ ଓ ରାଜସୁନାଖଳା ଅଞ୍ଚଳ ରେ ଦୋକାନ ମାନଙ୍କ ରେ ନୂଆ ଗ୍ରୀଟିଙ୍ଗ ନଥିବାର ଦେଖି ବାକୁ ମିଳୁଛି। କାଁ ଭାଁ କେଉଁଠି ରାସ୍ତା କଡ଼ରେ ଗ୍ରୀଟିଙ୍ଗ ଦୋକାନ ଖୋଲା ହୋଇ ଥିଲେ ମଧ୍ୟ ଲୋକେ ସେଥିପ୍ରତି ନଜର ପକାଉ ନାହାନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.