ସେବାସଂକଳ୍ପ ଅଭିଯାନ ୨୦୨୬ ଅବସରରେ ୧୧୨ ୟୁନିଟ ରକ୍ତ ସଂଗ୍ରହ କଲା ଯୁବମୋର୍ଚ୍ଚା ଗେଟ୍ ବଜ଼ାର ଓ ଗାନ୍ଧୀ ନଗର ମଣ୍ଡଳ ।

0 61

ବ୍ରହ୍ମପୁର,୩୦/୦୯(ପିପିଟି): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସୁଶାସନ ଓ ନିରନ୍ତର ଭାବେ ଦେଶ ସେବା କରିବା ସହ ଭାରତ ବର୍ଷକୁ ଯଶସ୍ବୀ କରିବାର ସ୍ୱପ୍ନକୁ ନେଇ ଭାତୀୟ ଜନତା ପାର୍ଟି ଦ୍ୱାରା ପାଳିତ ହେଉଥିବା ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ଆଜି ସେବା ଭାରତୀ ଓ ବ୍ରହ୍ମପୁର ଯୁବମୋର୍ଚ୍ଚା ଗେଟ୍ ବଜାର ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ବି ରବି ରାଓଙ୍କ ନେତୃତ୍ୱରେ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମା କୁଠାରିଦେବୀ ମନ୍ଦିର କଲ୍ୟାଣ ମଣ୍ଡପରେ ଠାରେ ଆୟୋଜିତ ହୋଇଥିଲା । ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ସରୋଜ ସାବତ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ମହନ୍ତ ଚିନ୍ମୟନନ୍ଦ ମହାରାଜ, ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ତୁତୁନ୍ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବି ସମୋନଥ ପାତ୍ର, ଜିଲ୍ଲା ବିଜେପି ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଗୋପୀନାଥ ମହାରଣା, କୃଷ୍ଣଚନ୍ଦ୍ର ପୋଲାଇ, ଜିଲ୍ଲା ସମ୍ପାଦକ ଅମର ସାହୁ,ସୁମନ ରାଉଳ, ଜିଲ୍ଲା ମିଡ଼ିଆ ସଂଯୋଜକ ସୁନୀଲ ଦୋରା,ଜିଲ୍ଲା କାର୍ଯ୍ୟକାରିଣୀ ଶୀତଲ ଜେନା, ସିରିଡି ବିକ୍ରମ, ରାହୁଲ ସାହୁ, ଲିଙ୍ଗରାଜ ସାହୁ, ମଣ୍ଡଳ ସଭାପତି ରଜତ ପାତ୍ର, ରୋହନ ପାତ୍ର , କମଲ ପାତ୍ର, ଧର୍ମରାଜ ପାଣିଗ୍ରାହୀ, ଏସ ରାଣୀ, ପ୍ରଦୀପ ସାହୁ, ଚିନୁ ଡାକୁଆ ସହ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.