ବେଗୁନିଆପଡା ,୦୮/୦୯(ପିପିଟି):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ରବିଘୋଷ ନୋଡାଲ ବିଦ୍ୟାପୀଠ ପରିସରରେ ଜୋନାଲ ସ୍ତରୀୟ କ୍ରୀଡା ମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଛି। ଜୋନ ସମ୍ପାଦକ ତଥା କ୍ରୀଡା ଶିକ୍ଷକ ରାମଚନ୍ଦ୍ର ବିଷୋୟୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ମହୋତ୍ସବକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ଶବର, ସ୍ଥାନୀୟ ସରପଞ୍ଚ ଶିବ ଶଙ୍କର ବାରିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିରଞ୍ଜନ ପାଣ୍ଡି, ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ନାୟକ, ବ୍ରଜ ଗୋପାଳ ପ୍ରଧାନ, ନୃସିଂହ ଚରଣ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଥିଲେ । ଏହି କ୍ରୀଡା ମହୋତ୍ସବରେ ଜୋନ୍ ଅଧୀନରେ ଥିବା ସୁମଣ୍ଡଳ, ପାଇକପଡା, ବଡ଼ଖଇରଖମା ନୁଆଁଗାଁ, ଏସ. ଛଚିନା, ବେଲପଡା, ଗୁଞ୍ଜବଳା, ଉଜ୍ୱଳ ପଲ୍ଲୀ, କନ୍ୟାରୀ ବାଡ଼ି, ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ନିଜର କ୍ରୀଡା ପ୍ରତିଭା ପ୍ରଦର୍ଶନ କରିଥିଲେ। ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, ସଟପୁଟ, ଡିଷ୍କସ, ଜାଭିଲିଙ୍ଗ, କବାଡି, କ୍ରିକେଟ, ଖୋଖୋ ସମେତ ବିଭିନ୍ନ କ୍ରୀଡାରେ ପ୍ରତିଯୋଗୀମାନେ ଉତ୍ସାହର ସହ ଭାଗ ନେଇଥିଲେ। କ୍ରୀଡା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶ ସହିତ ଶୃଙ୍ଖଳା, ଏକତା, ନେତୃତ୍ୱ ଓ ପ୍ରତିଯୋଗିତାମୂଳକ ମନୋଭାବ ବିକଶିତ ହୋଇଥାଏ ବୋଲି ଉପସ୍ଥିତ ଅତିଥି ଓ ଶିକ୍ଷକମାନେ ମତବ୍ୟକ୍ତ କରିଥିଲେ। ଏହି ପ୍ରତିଯୋଗିତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଚଳିବ ।ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କ୍ରୀଡ଼ାବିତ୍ମାନେ ଆଗାମୀ ଦିନରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେବେ । ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଜୋନ ଅନ୍ତର୍ଗତ ସମସ୍ତ କ୍ରୀଡା ଶିକ୍ଷକ ଓ ସହଯୋଗୀମାନଙ୍କ ଉଦ୍ୟମରେ କ୍ରୀଡା ମହୋତ୍ସବଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ