ସରକାର ଆସିବ ଯିବ କିନ୍ତୁ ମା ବିରଜା ଅଛି ଓ ରହିଥିବି – ବବି ।

0 304

ଯାଜପୁର,୨୮/୧୧(ପିପିଟି):ଯାଜପୁର ଜିଲ୍ଲା ମା ବିରଜା ମନ୍ଦିର ପ୍ରକଳ୍ପ କାମ ତ୍ବରାନ୍ବିତ କରିବାକୁ ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । କାମ ନହେଲା ପର୍ଯ୍ୟନ୍ତ କିଛି କହିବି ନାହିଁ । କହିବା ଓ କରିବାରେ ବହୁତ ଫରକ ଅଛି । ନବୀନ ସରକାର କେବଳ କାମରେ ବିଶ୍ବାସ କରନ୍ତି । ରାଜ୍ଯ ସରକାର କାମ କରି ଦେଖାନ୍ତୁ ତାପରେ ମୁଁ ମୋ ପ୍ରତିକ୍ରିୟା ରଖିବି ବୋଲି ସେ କହିଛନ୍ତି। ସେହିଭଳି କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସେ କହିଛନ୍ତି ଯେ,ମୁଁ ଭାବୁଥିଲି ମୋର ଆଉ ଦୁଇ ଭାଇ ଅଛନ୍ତି ସେମାନେ କେବେ ଗିରଫ ହେବେ। ମା ବିରଜାଙ୍କ ପାଇଁ ମୋ ପରିବାର ବାନ୍ଧନ୍ତୁ କିଛି ଅସୁବିଧା ନାହିଁ । ସରକାର ଆସିବ ଯିବ କିନ୍ତୁ ମା ବିରଜା ଅଛି ଓ ରହିଥିବି । ଭାରତ ବର୍ଷରେ ଏବେ ତଦନ୍ତକାରୀ ସଂସ୍ଥା ନିକଟରେ ଆପଣଙ୍କୁ ଆପଣଙ୍କର ସତୀତ୍ବ ପରିକ୍ଷା ଦେବାକୁ ପଡିବ। କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରି ସେ କହିଛନ୍ତି, ସବୁ ସତ ପଦାକୁ ଆସୁ, ଲୋକେ ଜାଣନ୍ତୁ ପ୍ରକୃତ ସତ।

Leave A Reply

Your email address will not be published.