ଯାଜପୁର,୨୬/୧୧(ପିପିଟି): ସମ୍ବିଧାନ ଦିବସ ୨୦୨୫ ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତା ରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଯୋଗଦେଇ ଯାଜପୁର ସାଂସଦ ଡା. ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲା ପରିଷଦ ସଭାପତି ନଳିନୀପ୍ରଭା ଜେନା,ଜିଲ୍ଲାପାଳ ଅମ୍ବର କୁମାର କର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ସାଂସଦ ଡା. ବେହେରା ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ। ଜିଲ୍ଲାପାଳ ଶ୍ରୀ କର କହିଲେ ,ସମ୍ବିଧାନ ହେଉଛି ଭାରତୀୟ ଗଣତନ୍ତ୍ରର ଆତ୍ମା। ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଭୀମରାଓ ଆମ୍ବେଦକରଙ୍କ ଏହି କୃତୀ ଭାରତକୁ ଏକ ସମ୍ପୂର୍ଣ ସମାଜବାଦୀ, ଧର୍ମନିରପେକ୍ଷ,ଲୋକତନ୍ତ୍ରତ୍ମକ ଗଣ ରାଜ୍ୟରେ ପରିଣତ କରାଇବା ସହ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ତଥା ବିଚାର ପ୍ରଦାନ କରିବ। ଦେଶର ଅଖଣ୍ଡତା କୁ ସୁନିଶ୍ଚିତ କରି ଭାଇଚାରା ବଢ଼ାଇବ। ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ରାଜ୍ୟସଭା ସୁଲତା ଦେଓ, ବିଧାୟିକା ଯାଜପୁର ସୁଜାତା ସାହୁ. ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଜେନା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ, ଶ୍ରୀ ମହାନ୍ତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନିରଞ୍ଜନ ପଟ୍ଟନାୟକ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ,ଶିକ୍ଷକଶିକ୍ଷୟତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ କର୍ମଚାରୀ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ। ଏଥି ସହିତ ଜିଲ୍ଲା ର ସମସ୍ତ ବିଭାଗୀୟ କାର୍ଯ୍ୟାଳୟ,ବିଦ୍ୟାଳୟରେ ପ୍ରସ୍ତାବନା ପାଠ କରାଯାଇଥିଲା।
।
Next Post