ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜୟନ୍ତୀ ମଣ୍ଡଳ କାରାଗାର ବ୍ରହ୍ମପୁର ଠାରେ ପାଳିତ ।

0 244

ବ୍ରହ୍ମପୁର ,୨୨/୧୧(ପିପିଟି):ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ବଣ ପାହାଡ ଘେରା ଅଭିଭକ୍ତ କୋରାପୁଟରୁ ସ୍ଵାଧୀନତା ସଂଗ୍ରାମ ର ତୁରୀବାଦ କରିଥିବା ମହାନ୍ ଦେଶଭକ୍ତ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଦିବସ ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ପାଳିତ ହୋଇ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହାନ୍ ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତୀରେ ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର ବିନୋଦ କୁମାର ବେହେରା ମୁଖ୍ୟ ଅତିଥି ରୂପେ , ବ୍ରହ୍ମପୁର ମଣ୍ଡଳ କାରାଗାର କାରାପାଳ (ଜେଲର) ସତ୍ୟ ନାରାୟଣ ବେହେରା , ମହାନ୍ ସଂଘର ସଭାପତି ସୁଶାନ୍ତ କୁମାର ସାବତ ଅନ୍ୟତମ ଅତିଥି ରୂପେ ଯୋଗଦାନ କରି ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସର୍ବ ପ୍ରଥମେ ମଣ୍ଡଳ କାରାଗାର ସମ୍ମୁଖ ଯେଉଁଠି ବୀର ସଂଗ୍ରାମୀ ଙ୍କୁ ଫାଶୀ ଦିଆଯାଇଥିଲା ସେହି ଠାରେ ଥିବା ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ କରାଯିବା ପରେ ଜେଲ ପରିସର ମଧ୍ୟରେ ରହିଥିବା ଶହୀଦ ଙ୍କ ସ୍ମୃତି ମନ୍ଦିର ରେ ପୁଷ୍ପମାଲ୍ୟର୍ପଣ କରାଯାଇଥିଲା । ସ୍ମୃତି ମନ୍ଦିର ସମ୍ମୁଖରେ ସମସ୍ତ ଅନ୍ତେବାସୀ ମାନଙ୍କ ଗହଣରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ପରିଚାଳନା ଓ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଗଣ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରି ଇଂରେଜ ଶାସନ ବିରୋଧରେ କିଭଳି ଲଢେଇ କରିଥିଲେ । ଗାନ୍ଧିଜୀ ଙ୍କ ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହୋଇ କିଭଳି ମିଥ୍ୟା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇଥିଲେ ତାହା ଉପସ୍ଥାପନ କରି ସ୍ମୃତି ଚାରଣ କରିଥିଲେ । ଅନ୍ତେବାସୀ ଗଣ ଗାନ୍ଧିଜୀ ଙ୍କ ପ୍ରିୟ ଭଜନ ଗାନ କରି ସ୍ଵାଧୀନତା ସଂଗ୍ରାମୀ ଙ୍କ ଜୟଗାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା , ବ୍ରହ୍ମପୁର ସହର ର ବହୁ ବିଶିଷ୍ଟ ବ୍ୟକ୍ତି,ମନ୍ୟଗଣ ବ୍ୟକ୍ତି ଓ ଅନେକ ସାମ୍ବାଦିକ ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.