ଶ୍ରୀକାନ୍ତ ସାହୁ ବିଜେଡି ମିଡିଆ ସେଲ୍ ବରିଷ୍ଠ ପ୍ୟାନେଲିଷ୍ଟ ସଦସ୍ୟ ମନୋନୀତ ।

0 16

ପୋଲସରା,୦୫/୧୦(ପିପିଟି) : ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିଜୁ ଜନତା ଦଳର ବରିଷ୍ଠ ପ୍ୟାନେଲ କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀ ସାହୁ, ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି । ଅପର ପକ୍ଷରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ବିଜୁ ଜନତା ଦଳର ସିନିୟର ପେନାଲିଷ୍ଟ ପଦବୀ ଦାୟିତ୍ୱ ମିଳିଥିବା ଯୋଗୁଁ ପୋଲସରା ବ୍ଲକ ଓ ପୌର ପରିଷଦ ଏବଂ ବୁଗୁଡ଼ା ବ୍ଲକ ଓ ଏନ୍ଏସି ବିଜେଡି କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି । ଶ୍ରୀ ସାହୁ ବିଜୁ ଜନତା ଦଳର ବରିଷ୍ଠ ପ୍ୟାନେଲ କମିଟି ସଦସ୍ୟ ଭାବେ ମନୋନୀତ ହୋଇଥିବା ଯୋଗୁଁ ଉଭୟ ବ୍ଲକ ଓ ପୌର ସଂସ୍ଥାର ବିଜେଡିର କର୍ମକର୍ତ୍ତାଗଣ ଓ କର୍ମୀ ମାନେ ରାଜ୍ୟ ବିଜୁ ଜନତାଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବା ସହ ପ୍ରାକ୍ତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

(ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା)

Leave A Reply

Your email address will not be published.