ଶେରଗଡ଼ ବ୍ଲକର ମରୁଡି ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ, ଗରିବଙ୍କୁ ଜମି ଓ ଘରଡ଼ିହ ପଟ୍ଟା ତଥା ଆଦିବାସୀଙ୍କୁ ଜଙ୍ଗଲ ଜମିପଟ୍ଟା ଦାବିରେ ତହସିଲ ଅଫିସ୍ ଘେରାଉ ।
ଶେରଗଡ଼,୨୩/୧୧(ପିପିଟି): ମରୁଡି କ୍ଷତିଗ୍ରସ୍ତ ଚାଷୀ-ଭାଗଚାଷୀଙ୍କୁ କ୍ଷତିପୂରଣ ଓ ସହାୟତା ପ୍ରଦାନ, ଭୂମିହୀନ ଓ ଗୃହହୀନ ଲୋକଙ୍କୁ ଜମି ଓ ଘରବାଡ଼ି ପଟ୍ଟା, ଆଦିବାସୀଙ୍କୁ ଜଙ୍ଗଲ ଜମିପଟ୍ଟା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଆଦି ଦାବିରେ ଆଜି ଅଖିଳ ଭାରତ କିଷାନ ମଜଦୁର ସଭା ତରଫରୁ ଶେରଗଡ଼ ତହସିଲ କାର୍ଯ୍ୟଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୂର୍ବାହ୍ନରେ ସ୍ଥାନୀୟ ହାଟବନ୍ଧ ଠାରୁ ଚାଷୀ, ଭାଗଚାଷୀ, ଦଳିତ ଏବଂ ଆଦିବାସୀମାନଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରି ସରକାରଙ୍କ ବିଭିନ୍ନ ଜନ ବିରୋଧି ନୀତି ବିରୁଧରେ ସ୍ଲୋଗାନ ଦେଇ ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ତହସିଲଦାରଙ୍କୁ ଏଗାର ଦଫା ଦାବୀ ସମ୍ଭଳିତ ଏକ ସ୍ୱାରକ ପତ୍ର ପ୍ରଦାନ କରାଯାଇଥିଲା । ଆଜିର ବିକ୍ଷୋଭ ସଭାରେ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇ ଲୋକଙ୍କର ବହୁ ଦିନର ବହୁଦିନର ଦାବିକୁ ସରକାର ପୂରଣ କରିବାରେ ବିଫଳ ହୋଇଛନ୍ତି ବୋଲି ଉଦବୋଧନ ଦେଇଥିଲେ । ରାଜ୍ୟରେ ଅଧିକାଂଶ ଜ଼ିଲ୍ଲାରେ ଦେଖାଦେଇଥିବା ବର୍ଷା ଅଭାବ ଜନିତ ମରୁଡିକୁ ମନୁଷ୍ୟକୃତ ଓ ସରକାରକୃତ ବୋଲି କହିଥିଲେ । ଯଦି ପଞ୍ଜାବରେ ମୋଟ ଚାଷ ଜମିର ୯୭% ଜଳସେଚିତ ହୋଇଥିବା ବେଳେ ଓଡ଼ିଶାରେ ମାତ୍ର ୩୪% ଜମିରେ ଜଳସେଚନ କରିପାରିଛନ୍ତି ଏଭଳି ସରକାରଙ୍କ ସେବା ହିଁ ଚାଷୀଙ୍କୁ ମରୁଡି କରିଦେଇଛି । ତତସାଙ୍ଗେ ସାଙ୍ଗେ ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା ମଧ୍ୟ ସରକାରଙ୍କ ଶୋଷଣ ଓ ଦମନ ନୀତି ବିରୁଦ୍ଧରେ ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ସଭାପତି ସଇତ ଦଳବେହେରା, ସମ୍ପାଦକ ଏଜିକାଲ ରଇତ, ମୋଜେସ ଦଳବେହେରା, କାର୍ଜି ରଈତ, ସନ୍ୟାସୀ ଗମାଙ୍ଗ, ସନିଆ ମଳିକ, ପଞ୍ଚୁ ମଳିକ, ସୁରେଶ ନାୟକ, ଏଆଇକେଏମଏସ ରାଜ୍ୟ ସମ୍ପାଦକ ପ୍ରତାପ କୁମାର ନାୟକ, ପୂର୍ବତନ ସରପଂଚ ପୀତବାସ ପ୍ରଧାନ ଏବଂ ବ୍ଲକ କମିଟି ସଦସ୍ୟ ରୋହିତ ଗୌଡ଼ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରେ ଲୋକଙ୍କ ବିଭିନ୍ନ ଦାବି ନେଇ ଶେରଗଡ଼ ବିଡ଼ିଓଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।