ବୋଲଗଡ଼,୨୨/୦୨(ପିପିଟି) :ମହିମା ଧର୍ମ ଓଡିଶା ର ସ୍ୱତନ୍ତ୍ର ଧର୍ମ ବୋଲି କୁହାଯାଏ। ଓଡ଼ିଶା ରେ ଏହାର ପ୍ରାବାଲ୍ୟ ଅନସ୍ବୀକାର୍ଯ୍ୟ। ମହିମା ଧର୍ମର ପ୍ରାଣ ପ୍ରତିଷ୍ଠା ମହିମା ଗୋସାଇଁ ଙ୍କ ଜୀବନ ଦର୍ଶନ କେବଳ ମହିମାଲମ୍ବୀ ଙ୍କ ଭିତରେ ସୀମିତ ନୁହେଁ। ଏହା ସାର୍ବଜନୀନ ଅଟେ। ଏହି ମହିମା ଧର୍ମର ପୂର୍ବନାମ ହେଉଛି “ସତ୍ୟ ମହିମା ଅଲେଖ ଧର୍ମ” ଓଡିଶା ବ୍ୟତୀତ ପଡୋଶୀ ରାଜ୍ୟ ମାନଙ୍କରେ ଏହାର ପ୍ରଭାବ ମଧ୍ୟ ରହିଛି। ଏହି ମହିମାଧର୍ମ ଏକେଶ୍ୱରବାଦ ବା ଅଦ୍ୱୈତ ସାମାଜିକ ଧର୍ମଧାରା। ସେତେବେଳେ ସମାଜରେ କୁସଂସ୍କାର, ଅସ୍ପୃଶ୍ୟତା ଓ ନିମ୍ନ ଜାତିଭାବେ ଜନଜାତି ର ଲୋକଙ୍କ ଦ୍ୱାରା ବ୍ରାହ୍ମଣ ବାଦର ବିରୋଧରେ ଏକ ନୂତନ ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିଲା। ଏଥିରେ ମୂର୍ତ୍ତିପୂଜା,ହୋମ,ଯାଗଯଜ୍ଞ କୁ ବିରୋଧ କରି ଶୂନ୍ୟ ନିରାକାର ବ୍ରହ୍ମବାଦରେ ବିଶ୍ୱାସ କରାଯାଏ। ଏହି ଧର୍ମ ପୃଥିବୀର କନିଷ୍ଠ ତମ ଧର୍ମ ଅଟେ। ଏଥିରେ ବୌଦ୍ଧଧର୍ମ ଓ ଜୈନଧର୍ମ ତଥା ଅଦ୍ୱୈତବାଦର ପ୍ରଭାବ ପଡିଛି। ଏହା ହିନ୍ଦୁ ସମାଜ ରେ ଥିବା ଅନ୍ଧବିଶ୍ୱାସ, କୁସଂସ୍କାର, ଜିତିବାର ଓ ବ୍ରାହ୍ମଣ୍ୟବାଦ ଆଦି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥାଏ। ଏହି ମହିମା ମୁଖ୍ୟ ଗାଦି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରେ ଅବସ୍ଥିତ।ଯାହାକି ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ୧୫୧ତମ ମାଘମେଳା ପାଳନ କରାଯାଉଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)