ଶିକ୍ଷୟିତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା, ଅନ୍ତିମ ଦିନରେ ଫାଇନାଲ ପେନସନ ପ୍ରଦାନ ।

0 178

ବେଲଗୁଣ୍ଠା,୩୦/୦୪(ପିପିଟି):ବେଲଗୁଣ୍ଠା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ସାହୁଙ୍କୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ଶ୍ରୀ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଆବାହନକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ଲୋପାମୁଦ୍ରା ରଥ ସଭାପତିତ୍ୱ କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉତ୍ସବରେ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଛ, ଉପଢୌକନ ଓ ଉପହାର ପ୍ରଦାନ କରଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶିକ୍ଷକ ଗୋପାଳକୃଷ୍ଣ ତ୍ରିପାଠୀ, ନୀଳକଣ୍ଠ ନନ୍ଦ ଓ ଅନନ୍ତ କୁମାର ସେଠୀ ନିଜ ଉଦବୋଧନରେ ଶ୍ରୀମତୀ ସାହୁଙ୍କ ଦୀର୍ଘ କାଳୀନ ଚାକିରୀଜୀବନ, କର୍ତ୍ତବ୍ୟନିଷ୍ଠା ଓ ଶିକ୍ଷାକ୍ଷେତ୍ରରେ ଅବଦାନକୁ ସ୍ମରଣ କରିଥିଲେ।ଶିକ୍ଷକ ଶଙ୍କର ନାରାୟଣ ସେଠୀ ମାନପତ୍ର ପାଠ କରିଥିବା ବେଳେ, ଶିକ୍ଷକ ଛାୟାକାନ୍ତ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରିଶେଷରେ ଶିକ୍ଷକ ନୀଳକଣ୍ଠ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି ଏବଂ ବହୁ ଶିକ୍ଷକ ଉପସ୍ଥିତ ଥିଲେ ।ଉଲ୍ଲେଖନୀୟ ଯେ, ବିଦାୟୀ ଶିକ୍ଷୟିତ୍ରୀଙ୍କୁ ତାଙ୍କ ଚାକିରୀର ଅନ୍ତିମ ଦିନରେ ହିଁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଫାଇନାଲ ପେନସନ ରାଶି ପ୍ରଦାନ କରାଯାଇଥିଲା, ଯାହା ଉପସ୍ଥିତ ସଭ୍ୟମାନଙ୍କ ମଧ୍ୟରେ ପ୍ରଶଂସାର ବିଷୟ ହୋଇଥିଲା।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.