ଶିକ୍ଷକ ନିଯୁକ୍ତି ପୁରଣ ନହେଲେ ଆନ୍ଦୋଳନ ଚେତାବନୀ।

0 0

ହରଭଙ୍ଗା ,୧୨/୦୮: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ପଞ୍ଚାୟତ ହାଇସ୍କୁଲ ରେ ଶିକ୍ଷକ ନିଯୁକ୍ତି ଦାବି ନେଇ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ ସ୍କୁଲ୍ ଅଭିଭାବକ କମିଟି ପକ୍ଷରୁ ସଭାପତି ତରଣୀ ସେନ ଜାନୀ, ଗୋବର୍ଦ୍ଧନ ବେହେରା, ଏସ ସୁଧାଂଶୁ ପାତ୍ର, ସତ୍ୟ ନାରାୟଣ ଦୀପ ପ୍ରମୁଖ ଜିଲ୍ଲାପାଳ ଙ୍କୁଏକ ଦାବିପତ୍ର ପ୍ରଦାନ କରି ଥିଲେ। ଆଗାମୀ ୭ଦିନ ମଧ୍ୟରେ ଦାବି ପୁରଣ ନହେଲେ ଛାତ୍ର ଛାତ୍ରୀ ଙ୍କ ସହ ଅଭିଭାବକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଦାବି ପତ୍ରରେ ଉଲ୍ଲେଖ ହୋଇଛି। ସୂଚନାନୁସାରେ ଚାରିଛକ୍ ପଞ୍ଚାୟତ ହାଇସ୍କୁଲ ରେ ନବମ ଏବଂ ଦଶମ ଶ୍ରେଣୀରେ ମୋଟ ୧୧୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ବାଣିଭୂଷଣପୁର ପଂଚାୟତସମେତପଡ଼ୋଶୀ ପଞ୍ଚାୟତ ର ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟ ଉପରେ ନିର୍ଭର କରନ୍ତି।ଏହି ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ପାଇଁ ପ୍ରଧାନ ଶିକ୍ଷକଙ୍କ ସମେତ ମୋଟ ୩ ଜଣ ଶିକ୍ଷକ ଅଛନ୍ତି। ଇଂରାଜୀ, ବିଜ୍ଞାନ ଏବଂ ସଂସ୍କୃତ କୁ ଛାଡିଦେଲେ ଅନ୍ୟ କୌଣସି ବିଷୟ ପାଇଁ ଶିକ୍ଷକ ନାହାନ୍ତି। ଫଳରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ାରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। । ଏ ନେଇ ଅଭିଭାବକ ମାନେ ବାରମ୍ବାର ଜିଲ୍ଳା ପ୍ରଶାସନ ଏବଂ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଛନ୍ତି।

Leave A Reply

Your email address will not be published.