ପୋଲସରା ,୦୨/୦୮(ପିପିଟି):ପୋଲସରା ବ୍ଲକ୍ ଢୁଙ୍କାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପୋଲସରା ବ୍ଲକ ପ୍ରାଥମିକ ଶିକ୍ଷକ (ଏକ୍ସକେଡେର) ସଂଘର ସଭାପତି କିରଣ କୁମାର ଖଟେଇଙ୍କ ଗତ ତା.୩୦/୦୬/୨୬ ରିଖ ଦିନ ଦେହାନ୍ତ ହୋଇଥଲା। ତାଙ୍କର ଆକସ୍ମିକ ବିୟୋଗରେ ଗଞ୍ଜାମ ଜିଲ୍ଲା (ଏକ୍ସକେଡେର) ଶିକ୍ଷକ ସଂଘ ପକ୍ଷରୁ ଏକ ଶୋକସଭା ଶିକ୍ଷକ ସଚିନ୍ଦ୍ର ନାୟକଙ୍କ ସଂଯୋଜନାରେ ଉକ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ପ୍ରମୋଦ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମହାସଂଘର ସଭାପତି ବିଷ୍ଣୁ ନାରାୟଣ ପଣ୍ଡା, କାର୍ଯ୍ୟକାରୀ ସଭାପତି ମହେଶ୍ୱର ମହାରଣା, ସମ୍ପାଦକ ଲଲାଟ କୁମାର ସାହୁ, ବରିଷ୍ଠ ଉପସଭାପତି ସୁଧାଂଶୁ ଶେଖର ପଟ୍ଟନାୟକ, ଗଣମାଧ୍ୟମ ସଂଯୋଜକ କେ ଆବାଲ୍ୟ ରେଡି, ବୁଗୁଡ଼ା ବ୍ଲକ ସଭାପତି ଆଦିତ୍ୟ କୁମାର ପ୍ରଧାନ ଓ ଅନିଲ କୁମାର ପ୍ରଧାନ, କବିସୂର୍ଯ୍ୟନଗର ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର ବେହେରା, ସନ୍ତୋଷ କୁମାର ସାହୁ, ଛତ୍ରପୁର ଏନପିଏସ ଶିକ୍ଷକ ସଂଘ ସଭାପତି କୃଷ୍ଣଚନ୍ଦ୍ର ଦାସ ଉକ୍ତ ବିଦ୍ୟାଳୟ ଶିକ୍ଷକ ଶିବରାମ ଗୁରୁ , ସୁଶାନ୍ତ ଆରୁଖ,ପୋଲସରା ବ୍ଲକର ସତ୍ୟବାନ ପଣ୍ଡା, ସନ୍ତୋଷ କୁମାର ବେହେରା ଅନ୍ୟମାନେ ଯୋଗଦେଇ ଅମର ଆତ୍ମାର ସତଗତି କାମନା କରିବା ସହ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ l ପରେ ସମସ୍ତଙ୍କ ସହଯୋଗରେ ଶୋକସନ୍ତପ୍ତ ପରିବାର ଗୃହକୁ ଯାଇ ଗଭୀର ନିକଟରେ ସମବେଦନା ଜଣାଇଥିଲେ। ଏଥିସହ ଆର୍ଥିକ ରାଶି ସାହାର୍ଯ୍ୟ ପ୍ରଦାନ କରିଥିଲେl
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା