ଶନିଶ୍ଚର ମହାପ୍ରଭୁଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

0 106

କୋଦଳା,୧୦/୦୯(ପିପିଟି):ଶନିବାର କୋଦଳା ବିଜେ ବାବା ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପୂଜା ପାଉଥିବା ଶନିଶ୍ଚର ମହାପ୍ରଭୁଙ୍କ ବାର୍ଷିକ ଉତ୍ସବ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି । ଦିନସାରା ମହାପ୍ରଭୁଙ୍କ ନୀତିକାନ୍ତି ପୂଜାର୍ଚନା ଚାଲିଥିବା ବେଳେ ସନ୍ଧ୍ୟା ଆରମ୍ଭରୁ ଭକ୍ତ ମାନଙ୍କ ଭିଡ଼ ଲାଗିରହିଥିଲା।ସନ୍ଧ୍ୟାରେ ନୈଷ୍ଟିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ସହିତ,ପୂଜା ପଦ୍ଧତି,ହୋମ କର୍ମ, ମେଳା,ଦାନ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଭଜନ ସମାରୋହ ଆୟୋଜନ ହୋଇଥିଲା । ଏହି ପୂଜା ଉତ୍ସବ ରେ ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ସଭାପତି ସୂର୍ଯ୍ୟ ନାରାୟଣ ବଡୁ ଓ ତାଙ୍କ ଧର୍ମପତ୍ନୀ ସବିତା ବଡୁ କର୍ତ୍ତା ଭାବେ ବସିଥିବା ବେଳେ ଅଞ୍ଚଳର ବ୍ରାହ୍ମଣ ରମେଶ ଚନ୍ଦ୍ର ଶତପଥୀ, ଖଲି ଶତପଥୀ, ମାଧବ ଦାଶ, ଶ୍ରୀକାନ୍ତ ପାଢ଼ୀ,ମଣ୍ଟୁ ଦାଶ, ଚଗଲା ଦାଶ, ନୃସିଂହ ଦାଶ,ମନ୍ଦିର ସେବାୟତ କୈଳାଶ ପାଢ଼ୀ ଯୋଗ ଦେଇଥିବା ବେଳେ ଦଣ୍ଡିଶ୍ୱର ମନ୍ଦିର କମିଟି ସମ୍ପାଦକ ଭାଗିରଥି ନାୟକ,ପ୍ରସନ୍ନ କୁମାର ପାଢ଼ୀ,ଜାଗି ମହାପାତ୍ର, ବାବିନା ମହାପାତ୍ର,ସନ୍ୟାସୀ ନାୟକ,ରାଜେଶ ବଡୁ ପ୍ରମୁଖ ସହଯୋଗ କରିଥିଲେ,ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.