ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓ ବିଦାୟକାଳୀନ ସଭା ଅନୁଷ୍ଠିତ ।

0 198

କୋଦଳା,୨୯/୦୪(ପିପିଟି): ଆଜି ୧୦ ଘଣ୍ଟ ସମୟରେ କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଶିକ୍ଷା ବିଭାଗ ତରଫରୁ ” ଜାତୀୟ ଶିକ୍ଷା ନୀତି ୨୦୨୦ “ବିଷୟବସ୍ତୁକୁ ନେଇ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ଶ୍ରୀମାନ ସପନ କୁମାର ଦାଶ ଉପସ୍ଥିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।ପାଠଚକ୍ରର ଆଭିମୁଖ୍ୟ ସମ୍ପର୍କେ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ତଥା ଆଜିର କାର୍ଯ୍ୟକ୍ରମର ଆବାହକ ଡ଼କ୍ଟର ପ୍ରଦୀପ କୁମାର ପଣ୍ଡା କହିଥିଲେ l ବିଷୟବିଶାରଦ ଭାବେ କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ, କବିସୂର୍ଯ୍ୟନଗର ର ଶିକ୍ଷା ବିଭାଗୀୟ ମୁଖ୍ୟ ଡ଼କ୍ଟର ପ୍ରଦୀପ କୁମାର ମହାପାତ୍ର ଯୋଗଦେଇ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେl । ସମ୍ମାନନୀୟ ଅତିଥି ଭାବେ ଇତିହାସ ବିଭାଗୀୟ ମୁଖ୍ୟ  ବିନୋଦ କୁମାର ମିଶ୍ର, ଓଡ଼ିଆ ବିଭାଗୀୟ ମୁଖ୍ୟ ରଞ୍ଜୁଵାଳା ନନ୍ଦ, ଓଡ଼ିଆ ବିଭାଗର ଅଧ୍ୟାପକ ସାଗର ଚାନ୍ଦ ପାତ୍ର ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେl । ମହାବିଦ୍ୟାଳୟ ର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଜାତୀୟ ଶିକ୍ଷାନୀତି ୨୦୨୦ର ସଫଳ ରୂପାୟନ ନିମନ୍ତେ ସୂଚନା ଦେଇଥିଲେ  । ପ୍ରାରମ୍ଭିକ ସଂଗୀତ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ସରିତା ଜେନା, ଶିବାନୀ ପ୍ରଧାନ ଓ ପ୍ରଥମ ବର୍ଷ ଛାତ୍ରୀ ସଂଗୀତା ଦାସ ଗାନ କରିଥିଲେ  । ଯୁକ୍ତ ତିନି ପ୍ରଥମ, ଦ୍ୱିତୀୟ ଓ ଶେଷ ବର୍ଷ ର ଅନେକ ଛାତ୍ରଛାତ୍ରୀ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନା କରିଥିଲେ ଓ ସେମାନଙ୍କୁ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଜ୍ୟୋତି ମହାପାତ୍ର ଓ ରୋସନି ପ୍ରଜ୍ଞା ଶତପଥୀ ପରିଚାଳନା କରିଥିଲେ । ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ଓ ଛାତ୍ରୀଙ୍କୁ ବିଦାୟ କାଳୀନ ଶୁଭେଛା ଦିଆଯାଇଥିଲା । ଶିକ୍ଷା ବିଭାଗର ଅଧ୍ୟାପିକା ସାଗରିକା ଦାଶଙ୍କ ଦ୍ୱାରା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ରିପୋର୍ଟ -ସୂର୍ଯ଼୍ ନାରାୟଣ ବଡୁ

Leave A Reply

Your email address will not be published.