ଯାଜପୁର ଜିଲ୍ଲାରୁ ୧୪୨ ବରିଷ୍ଠ ତୀର୍ଥଯାତ୍ରୀଙ୍କ ବାରଣାସୀ-ଅଯୋଧ୍ୟା ଯାତ୍ରାର ଶୁଭାରମ୍ଭ ।

0 41

ଯାଜପୁର, ୧୧/୧୦(ପିପିଟି ):ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, ଯାଜପୁର ପକ୍ଷରୁ ଆଜି ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ସମ୍ମୁଖ ରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରାଯାଇଛି। ବରିଷ୍ଠ ନାଗରିକମାନଙ୍କୁ ଦେଶର ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥଳୀ ପରିଦର୍ଶନର ସୁଯୋଗ ପ୍ରଦାନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରୀ ବସଗୁଡ଼ିକୁ ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ଜିଲ୍ଲାର ବରିଷ୍ଠ ନାଗରିକମାନେ ଅକ୍ଟୋବର ୧୨ ରୁ ୧୭ ତାରିଖ ଅବଧି ମଧ୍ୟରେ ଉତ୍ତର ଭାରତର ବାରଣାସୀ ଏବଂ ଅଯୋଧ୍ୟା ତୀର୍ଥସ୍ଥଳ ପରିଦର୍ଶନ କରିବେ। ଆଜି ଯାତ୍ରା ଆରମ୍ଭ ପୂର୍ବରୁ ଅଭିଜ୍ଞ ଡାକ୍ତରମାନେ ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇଥିଲା। ସ୍ଵତନ୍ତ୍ର ଭାବେ ନିୟୋଜିତ ଏସ୍କର୍ଟ ଅଧିକାରୀ ଯାତ୍ରୀମାନଙ୍କୁ ସହଯୋଗ କରିଥିଲେ। ଆଜି ୪ ଟି ବସ୍ ଯୋଗେ ଯାତ୍ରୀମାନେ ଯାଜପୁର ସହରରୁ ବାହାରି ବାଲେଶ୍ଵରରେ ପହଞ୍ଚିବେ ଏବଂ ସେଠାରେ ରାତ୍ରିଯାପନ କରିବେ। ୧୨ ତାରିଖରେ ବାଲେଶ୍ଵର ରେଳ ଷ୍ଟେସନରୁ ଟ୍ରେନରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବେ। ବରିଷ୍ଠ ନାଗରିକମାନଙ୍କ ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ଅଧିନରେ ମୋଟ ୧୪୨ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଦେବବ୍ରତ ସାହୁ, ସହକାରୀ ଜିଲ୍ଲାପାଳ ତାପସ କୁମାର ସାହୁ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.