ଯାଜପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ।

0 182

ଯାଜପୁର,୦୨/୧୦(ପିପିଟି ):ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାରଠାରୁ ରାଜ୍ୟବ୍ୟାପୀ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଯାଜପୁରରେ ଦଳ ପକ୍ଷରୁ ଏକ ବିଶାଳ ପଦଯାତ୍ରା ଆୟୋଜିତ ହୋଇଥିଲା। କୁସୁମା ପଡ଼ିଆରୁ ବାହାରିଥିବା ପଦଯାତ୍ରା ଗାନ୍ଧୀ ଛକରେ ପହଞ୍ଚିବା ପରେ ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ପଦଯାତ୍ରାରେ ବହୁ ସଂଖ୍ୟାରେ ଦଳୀୟ କର୍ମୀଙ୍କ ସମେତ ଯୁବକ, ଛାତ୍ର, ଯୁବତୀ, ମହିଳା ଓ ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ। ବିଜେଡି ନେତାମାନେ ଏହି ଅବସରରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ଓ ଜନସାଧାରଣଙ୍କ ସହ ଯୋଗାଯୋଗକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ବିଜେଡିର ରାଜ୍ୟ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଜନ ସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି।

ରାଜ୍ୟର ବର୍ତ୍ତମାନର ସରକାରଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ବିଜେଡି ଉଠାଇଆସୁଥିବା ବିଭିନ୍ନ ପ୍ରସଙ୍ଗ ଏହି ପଦଯାତ୍ରାରେ ଲୋକଙ୍କ ନିକଟରେ ରଖାଯିବ ବୋଲି ଦଳ କହିଛି। ଏଥିରେ MMDR Act, ପାଠ୍ୟପୁସ୍ତକରେ ତ୍ରୁଟି, ବନ୍ୟା ସମସ୍ୟା, ବିକାଶ କାର୍ଯ୍ୟରେ ବାଧା, ଆଇନଶୃଙ୍ଖଳା ଏବଂ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ସ୍ଥାନ ପାଇବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ଆଗାମୀ ଦିନରେ ଜିଲ୍ଲା ଓ ବିଭିନ୍ନ ଅଞ୍ଚଳରେ ଏହି ପଦଯାତ୍ରା ଜାରି ରହିବ। ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ବିଭିନ୍ନ ଲୋକଙ୍କ ସମସ୍ୟା ଓ ମତାମତ ଜାଣିବା ସହ ଦଳର ଆଭିମୁଖ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଦଳୀୟ ନେତାମାନେ କହିଛନ୍ତି।

Leave A Reply

Your email address will not be published.