ମୃତ୍ୟୁ କେତେ ନିଷ୍ଠୁର
ଛଡାଇ ନିଏ ନିଜ ପାଖରୁ
ନିଜ ଲୋକ….!!
କାହା ବ୍ୟାକୁଳ ଚିତ୍କାର
ବୁକୁ ଫଟା କାନ୍ଦ
ଫରକ ପଡେ ନା ତାକୁ….!!
ବୟସର ବାଡ ବନ୍ଧ ନାହିଁ
ସମୟକୁ ପ୍ରତୀକ୍ଷା କରେ ନାହିଁ
ଦେହରୁ ଝାମ୍ପି ନିଏ ପ୍ରାଣ
ଯେମିତି ଶଙ୍ଖ ଚିଲ୍ଲ ପରି….!!
ପିଣ୍ଡରୁ ପ୍ରାଣ ଗଲେ
ସ୍ଥାଣୁ ପାଲଟେ ଶରୀର
ମର୍ତ୍ତ୍ୟର ସବୁ ଲୀଳା ଖେଳା
ଅନ୍ତ ହୁଏ/ତୁଟି ଯାଏ ସଂପର୍କ
ଚିର ଦିନ ପାଇଁ
ଯେତେ ଆପଣାର ଥିଲେ….!!
ଜନ୍ମ ମାତ୍ରେ ମୃତ୍ୟୁ
ଧ୍ରୁବ ସତ୍ଯ/ଏହା ପ୍ରତ୍ୟକ୍ଷ ଦର୍ଶୀଙ୍କ ତଥ୍ଯ
ମର୍ତ୍ତ୍ୟରେ ଦେବତାଙ୍କ ମରଣ
ସବୁ ଧର୍ମ ଗୁରୁଙ୍କ ମତ….!!
ଆସିବା – ଯିବା ଲାଗିଛି
ଯେତିକି ଦିନ ଥିଲ ଏଠି
ତାହା ଇ ଜୀବନ….
ଯାହା କର୍ମ କଲ
ତାହା ଇ ଇତିହାସ
ତୁମ ପରିଚୟ/ତୁମ ସ୍ମୃତି
ତୁମ ସ୍ମାରକ….!!
ସମାଜ ପାଇଁ ଯେଉଁ
ମହାନ ଆତ୍ମାଙ୍କ ବଳିଦାନ
ରହିଛି/ସମସ୍ତ ହୃଦୟରେ
ମୃତ୍ୟୁ ହେଲେ ବି ଅମର
ସ୍ବାର୍ଥାନ୍ଧମାନେ କେବଳ
ନିମିତ୍ତ/ସୀମିତ ଭିତରେ ଚର୍ଚ୍ଚିତ
କ୍ଷଣ ସ୍ଥାୟୀ ପ୍ରଶଂସକ…..!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭