ମାଲକାନଗିରି ସରକାରୀ ବିଏଡ୍ କଲେଜ ବର୍ତ୍ତମାନ ଭୂତକୋଠି ।

0 250

ମାଲକାନଗିରି,୦୭/୦୨(ପିପିଟି): ମାଲକାନଗିରି ଜିଲ୍ଲାରେ ନବ ନିର୍ମିତ ସରକାରୀ ବିଏଡ କଲେଜ ବର୍ତ୍ତମାନ ଭୂତକୋଠିରେ ପରିଣତ ହେବାରେ ଲାଗିଛି । ରକ୍ଷଣା ବେକ୍ଷଣା ଅଭାବରୁ କଲେଜର ପ୍ରକୋଷ୍ଠର ଝରକାର କାଚଗୁଡିକ
କିଏ ଭାଙ୍ଗି ଦେଉଥିବା ବେଳେ ପଙ୍ଖାଗୁଡିକ ଚୋରୀ ହେବାରେ ଲାଗିଛି । ପ୍ରବେଶ ଦ୍ବାର ମୁକୁଳା ଥିବାରୁ ସେଠାରେ ମଣିଷ ଗାଈଗୋରୁ ଆଷଅବାଧରେ ପ୍ରବେଶ କରୁଛି । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ସରକାରୀ ବିଏଡ୍ କଲେଜଟି ଆଇଟିଡିଏ ତରଫରୁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ବିନିମୟରେ ୨୦୧୪ ରୁ କାର୍ଯ୍ଯ ଆରମ୍ଭ କରାଯାଇ ୨୦୧୭ରେ ସମାପ୍ତ ହୋଇଥିଲା । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ୨୬.୭.୨୦୧୮ ତାରିଖରେ ବିଏଡ୍ କଲେଜଟି ଉଦ୍ଘାଟନ ହୋଇଥିଲା । ବିଏଡ୍ କଲେଜ ଉଦ୍‌ଘାଟନ ହେବାର ୫ ବର୍ଷ ବିତିଯାଇଥିଲେ ମଧ୍ଯ ଆଜି ପର୍ଯ୍ଯନ୍ତ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ନାହିଁ । ଆଇଟିଡିଏ ତରଫରୁ ବିଏଡ୍ କଲେଜର ରକ୍ଷଣା ବେକ୍ଷଣା ପାଇଁ ଜଗୁଆଳ ଭାବେ ଚାଲାଣଗୁଡା ଗ୍ରାମର ସୁଧାଂଶୁ ଶେଖର ଦାଶଙ୍କୁ ରଖାଯାଇଥିବା ବେଳେ ପୂର୍ବତନ ଆଟିଡିଏ ପିଡି କ୍ଷୀରବ୍ଧି ବେହେରା କାର୍ଯ୍ଯରୁ ବହିଷ୍କାର କରିଥିଲେ । ଫଳରେ ବିଏଡ୍ କଲେଜଟି ବର୍ତ୍ତମାନ ଭୂତକୋଠିରେ ପରିଣତ ହୋଇଛି । ବିଏଡ୍ କଲେଜର ସବୁ ଫାଟକ ମୁକୁଳା ରହିଥିବାରୁ ଯେକୌଣସି ଲୋକ କଲେଜ ମଧ୍ଯରେ ପିରବେଶ କରିବାକୁ ସକ୍ଷମ ହେଉଛି । ଫଳରେ ଅନେକ ଝରକାଗୁଡିକରେ ଲଗାଯାଇଥିବା କାଚକୁ କେହି ଦୁର୍ବୃତ୍ତ ଭାଙ୍ଗିବାର ଦେଖା ଦେଇଛି । ଏହା ବ୍ଯତିତ ପ୍ରକୋଷ୍ଠଗୁଡିକରେ ଲଗାଯାଇଥିବା ଫ୍ଯାନଗୁଡିକୁ କେହି ଚୋରେଇ ନେଇଥିବା ଜଣାପଡିଛି ।ସରକାରୀକା ମାଲ ଦରିଆ ମେଁ ଡାଲ୍ ନ୍ଯାୟରେ ବର୍ତ୍ତମାନ ଜିଲ୍ଲା ପ୍ରଶାନ ଉକ୍ତ ବିଏଡ୍ କଲେଜର ରକ୍ଷଣା ବେକ୍ଷଣା ଲାଗି କୌଣସି ପଦକ୍ଷେପ ନେଉ ନଥିବା ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.