ମାଲକାନଗିରି – ଜୟପୁର ଓ ନବରଙ୍ଗପୁର ରେଳପଥ ନିର୍ମାଣକୁ ଗୁରୁତ୍ଵ ।

0 241

ମାଲକାନଗିରି,୨୮/୧୧(ପିପିଟି) :ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀଙ୍କ ସହିତ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ପାର୍ଲିଆମେଣ୍ଟର ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତକରି ମାଲକାନଗିରି -ଜୟପୁର-ନବରଙ୍ଗପୁର ରେଳ ପଥ ସଂଯୋଗ ସଂପର୍କ ଆଲୋଚନା କରିଥିଲେ।
ଜୟପୁର- ନବରଙ୍ଗପୁର ଓ ଜୟପୁର- ମାଲକାନଗିରି ରେଳ ରେଳ ଲାଇନ ପାଇଁ ଭୂମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉ । ରେଳପଥ ଅଧିଗ୍ରହଣ କରାଯାଉଥିବା ଜମି ମାଲିକଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରା ଯାଉ । ଏହି ଦୁଇ ଲାଇନର କାର୍ଯ୍ୟକୁ ଯଥା ସମ୍ଭବ ତୁରନ୍ତ ଆରମ୍ଭ କରାଯାଉ ।
ମାଲକାନଗିରି- ଭଦ୍ରାଚଲମ ଓ ନବରଙ୍ଗପୁର- ଜୁନାଗଡ ରେଳ ଲାଇନର କାମକୁ ମଧ୍ଯ ଆଗକୁ ବଢ଼ାଯାଉ । ରାୟଗଡା ରେଳ ମଣ୍ଡଳର କାର୍ଯ୍ଯକୁ ଆଗ୍ରଗତି କରାଯାଉ ଏବଂ ରେଳ ମଣ୍ଡଳକୁ କାର୍ଯ୍ୟକାରୀ କରାଯାଉ । ନୂତନ ରେଳ ମଣ୍ଡଳରେ ଓଡିଶାର ସ୍ଵାର୍ଥକୁ ଧ୍ୟାନ ଦେବା ପାଇଁ ଦୁଇ ଜଣ ସାଂସଦ ଅନୁରୋଧ କରିଥିଲେ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଶ୍ୱସନା ଦେଲେ କହିଲେ ଯେ ସମସ୍ତ କାର୍ଯ୍ୟକୁ ଧ୍ୟାନ ଦିଆଯିବ ଓ ଜମି ହରାଉଥିବା ମାଲିକଙ୍କ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରା ଯିବ । ଆଗାମୀ ବର୍ଷ ଦୁଇ ନୂଆ ଲାଇନର କାମ ଆରମ୍ଭ ହେବ । ରାୟଗଡା ମଣ୍ଡଳ କାମ ମଧ୍ଯ ଯଥା ଶୀଘ୍ର ଆରମ୍ଭ କରାଯାଇ ଓଡ଼ିଶାର ଦାବିକୁ ପୂରଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସାମ୍ବାଦିକମାନଙ୍କୁ ଏ ସଂପର୍କ ରେ ସୂଚନା ପ୍ରଦାନ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.