ମାଲକାନଗିରି ଜିଲ୍ଲାକୁ ବଡ଼ ସଫଳତା: ପରିଗଣନା ଫର୍ମ ଡିଜିଟାଇଜେସନରେ ଓଡ଼ିଶାରେ ପ୍ରଥମ ।

0 0

ମାଲକାନଗିରି,୨୫/୦୬(ପିପିଟି): ପରିଗଣନା ଫର୍ମ ଡିଜିଟାଇଜେସନ କାର୍ଯ୍ୟକୁ ସଫଳତାର ସହ ଶେଷ କରି ଓଡ଼ିଶା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି ମାଲକାନଗିରି ଜିଲ୍ଲା। ଏହି ଅଭୂତପୂର୍ବ ସଫଳତା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ କରକମଳରେ ସମସ୍ତ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଇଆରଓ ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ଏବଂ ଶ୍ରେଷ୍ଠ ସ୍ଵିପ୍ ନୋଡାଲ ଅଧିକାରୀ ଭାବେ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ଖଇରପୁଟ ବିଡିଓ ଅର୍ପିତା ମହାନ୍ତି ଓ ପୋଡ଼ିଆ ବିଡିଓ ଆଶ୍ୱିନ କୁମାର ମହାପାତ୍ରଙ୍କୁ ଶ୍ରେଷ୍ଠ ଏଇଆରଓ
ସମ୍ମାନ ମିଳିଛି। ପୋଡ଼ିଆ ବ୍ଲକର ଅଶୋକ କୁମାର ମହାନ୍ତି ଏବଂ ଖଇରପୁଟ ବ୍ଲକର ଜ୍ୟୋତି ରଞ୍ଜନ ସେଠୀଙ୍କୁ ଶ୍ରେଷ୍ଠ ଜିପିଡିଓ
ଭାବେ ସମ୍ମାନିତ କରାଯାଇଛି।ମିନିଷ୍ଟ୍ରିଆଲ ଷ୍ଟାଫ୍ ବର୍ଗରେ ଜ୍ଞାନ ରଞ୍ଜନ ସ୍ୱାଇଁ ଓ ରବି ଶଙ୍କର ମାର୍ଣ୍ଡିଙ୍କୁ ପୁରସ୍କାର ମିଳିଥିବା ବେଳେ, ୧୪୬-ମାଲକାନଗିରିରୁ ମୁକା ମାଡକାମୀ ଏବଂ ୧୪୬-ଚିତ୍ରକୋଣ୍ଡାରୁ ଲକ୍ଷ୍ମଣ ଖରା ଶ୍ରେଷ୍ଠ ବିଏଲଓ ଭାବେ ପୁରସ୍କୃତ ହୋଇଛନ୍ତି। ଏହା ସହିତ ସମଗ୍ର ପ୍ରକ୍ରିୟାକୁ ସୂଚାରୁରୂପେ ପରିଚାଳନା କରିଥିବାରୁ ସହାୟକ ଜିଲ୍ଲାପାଳ ନିର୍ବାଚନ ଅଶୋକ ଚକ୍ରବର୍ତ୍ତୀଙ୍କୁ ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଏହି ସଭାରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତଙ୍କ ଦଳଗତ ପ୍ରୟାସକୁ ପ୍ରଶଂସା କରିଥିଲେ।

(ରିପୋର୍ଟ; ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.