ମାନପୁର ଓଭର ବ୍ରିଜ ମରାମତି ପାଇଁ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ।

0 252

ଯାଜପୁର,୨୧/୦୭(ପିପିଟି): ବ୍ୟସ୍ତ ବହୁଳ ମାନପୁର ଓଭର ବ୍ରିଜକୁ ତୁରନ୍ତ ମରାମତି କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଇଂ ଘଡାଇ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମାଇଟ ଖଣି ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳ ସହିତ ବ୍ୟାସନଗର ମୁନସିପାଲିଟି, ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମୁଖ୍ୟାଳୟ ସହିତ ସଂଯୋଗ କରୁଥିବା ଡୁବୁରୀ-ଦାନଗଦୀ ରାସ୍ତାରେ ଥିବା ମାନପୁର ଓଭର ବ୍ରିଜ୍‌ଟି ମରାମତି ଅଭାବରୁ ବିଭିନ୍ନ ସ୍ଥାନରେ-ବଡ ବଡ ଖାଲ ଖମା ସୃଷ୍ଟି ହେବା ସହିତ ଏହା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ବିପଦର କାରଣ ସାଜିଛି । ଏହାର ତୁରନ୍ତ ମରାମତି କରାନଗଲେ ଏହା ଯେ କୌଣସି ମୁହୁର୍ଭରେ ଭୁଷୁଡି ପଡିବାର ଆଶଙ୍କା ଅଛି ।

ଦ୍ଵିତୀୟତଃ ଏହି ରାସ୍ତା ଉପରେ ଦୈନିକ ହଜାର ହଜାର ସଂଖ୍ୟାରେ ଟ୍ରକ, ବସ, ଟ୍ରଲର, ଆମ୍ବୁଲାନ୍ସ, ଯାତ୍ରୀବାହି ବସ, ସ୍କୁଲ ବସ ଏବଂ କମ୍ପାନୀ ବସ୍ ଇତ୍ୟାଦି ଯିବା ଆସିବା କରିବା କରୁଛନ୍ତି । ଫଳରେ ଓଭର ବ୍ରିଜ ଜାମ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୨୦୧୯-୨୦ ମସିହାରେ ଦ୍ଵିତୀୟ ରେଲୱେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ତାହାର କାର୍ଯ୍ୟ ବର୍ତ୍ତମାନ ବନ୍ଦ ଅଛି। ତେଣୁ ମାନପୁର ଓଭର ବ୍ରିଜର ତୁରନ୍ତ ମରାମତି, ଦ୍ଵିତୀୟ ରେଲୱେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ଭାରିଯାନ ଗୁଡିକୁ ଖୁରାଂଟି ବି.ଆର.ପି.ଏଲ୍ ଛକ ଠାରୁ ଦାନଗଦୀ ଛକ ଭାୟା ରାବଣା ଦେଇ ଚଳାଚଳ କରିବା ପାଇଁ ପୂର୍ଭ ବିଭାଗ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଯାଜପୁର ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.