ମହାବିଷୁବ ସଂକ୍ରାନ୍ତି ଅବସରରେ ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା ।

0 0

ବାଲିଗୁଡା, ୧୪/୦୪ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ମହାବିଷୁବ ସଂକ୍ରାନ୍ତି ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ଅବସରରେ ମା’ପାଟଖଣ୍ଡା ସେବତୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି । ସମଗ୍ର କନ୍ଧମାଳ ଜିଲ୍ଲା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସି ମା ‘ଙ୍କ ଦର୍ଶନ କରିଥିଲେ । ପ୍ରତ୍ୟୁଷରୁ ମା’ ଙ୍କର ରୀତିନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ପରେ ପରେ ମା’ଙ୍କ ଏହି ସେବତୀ ଦୁର୍ଲଭ ବେଶ କୁ ଦେଖିବା ପାଇଁ ପ୍ରତ୍ୟୁଷ ରୁ ରାତ୍ର ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା । ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ । ଏ ନେଇ ମନ୍ଦିର ପରିଚାଳନା କମିଟି ତଥା କିଛି ଭକ୍ତ ଙ୍କ ତରଫରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା । କମିଟି ର ସମସ୍ତ ସଦସ୍ୟ, ପୂଜକ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.