ମହାନଦୀରେ ଭାସି ଯାଉଥିବା ବୃଦ୍ଧଙ୍କୁ ଉଦ୍ଧାର କଲେ ଯୁବକ ।

0 3

ପାଗା, ୨୧/୦୮: ଆଜି ସକାଳେ ମହାନଦୀ କୁ ଡେଇଁ ପଡ଼ିଥିବା ଜଣେ ୭୨ ବୟସ ବୃଦ୍ଧ ଙ୍କୁ ସାହାସିକତା ଦେଖାଇ ଡଙ୍ଗା ସାହାଯ୍ୟରେ ତାଙ୍କୁ ଜୀବିତ ଉଦ୍ଧାର କରିଛନ୍ତି ଜଗତପୁର ଥାନା ଅନ୍ତର୍ଗତ ସୁନାରି ବଣ ଅଞ୍ଚଳ ର ସନାତନ ପାଳିଆ ,ନିଜ ଜୀବନ କୁ ବାଜି ଲଗାଇ ଏକ ଡଙ୍ଗା ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଥିବା ବେଳେ ତାଙ୍କର ସାହାସିକତା କୁ ନେଇ ବିଭିନ୍ନ ମହଲରେ ପ୍ରଶଂସା ମଧ୍ୟ କରାଯାଉଛି। ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ର ପୁର ର ହଳଦୀ ବସନ୍ତ ଗ୍ରାମ ର ପ୍ରତାପ ଚନ୍ଦ୍ର ସାମଲ ଅବସର ପ୍ରାପ୍ତ ପ୍ରୋଫେସର ନାମକ ଜଣେ ବ୍ୟକ୍ତି ଯିଏକି ଗତ କିଛି ଦିନ ପୂର୍ବରୁ ସେ ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ଅଞ୍ଚଳରେ ରହୁଥିଲେ। ତେବେ ପ୍ରତାପ ଙ୍କ ସ୍ତ୍ରୀ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ। ସ୍ତ୍ରୀ ଙ୍କ ମୃତ୍ୟୁ ପରେ ତାଙ୍କ ର ମାନସିକ ସ୍ଥିତି କିଛି ଭଲ ନଥିଲା। ତେବେ ଆଜି ସକାଳେ ସେ ପରିବା ଆଣିବାକୁ କହି ଘରୁ ବାହାରି ଥିଲେ। ମାତ୍ର ସେ ବଜାର କୁ ନଯାଇ ସିଧା କଟକ ଆଡ଼କୁ ଏକ ଅଟୋ ମାଧ୍ୟମରେ ଆସି ମହାନଦୀ କୁ ଡେଇଁ ପଡ଼ିଥିଲେ ଏହି ଖବର ସଙ୍ଗେ ସଙ୍ଗେ ବିଜୁଳି ବେଗରେ ଚାରିଆଡ଼େ ବ୍ୟାପି ଯାଇଥିଲା। ଖବର ପାଇ ଜଗତପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବୁଡ଼ି ଯାଉଥିବା ବ୍ୟକ୍ତି ଜଣକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମାତ୍ର ମହାନଦୀ ର ବନ୍ୟା ପାଣି ର ପ୍ରଖର ସ୍ରୋତ ଥିବାରୁ ବ୍ୟକ୍ତି ଜଣକ ତଳକୁ ତଳ ଭାସି ଯାଉଥିଲେ। ତେଣୁ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ପାରୁନଥିଲା। ମାତ୍ର ଏହି ସମୟରେ ସୁନାରି ବଣ ନିକଟରେ ମହାନଦୀ ରେ ସବୁଦିନ ଭଳି ଆଜି ଡଙ୍ଗା ସାହାଯ୍ୟରେ ସନାତନ ପାଳିଆ ମାଛ ଧରୁଥିବା ବେଳେ ଦେଖିଲେ ଜଣେ ବ୍ୟକ୍ତି ତାଙ୍କ ଠାରୁ ୩୦୦ ରୁ ୪୦୦ ମିଟର ଦୁରରେ ନଦୀ ରେ ଜଣେ ଭାସି ଭାସି ଯାଉଛି। ସେ ତୁରନ୍ତ ଡଙ୍ଗା କୁ ତାଙ୍କ ଆଡକୁ ବୁହାଇ ଥିଲେ ଏବଂ ସେ ପ୍ରତାପ ଙ୍କ ପାଇଁ ଦେବଦୂତ ସାଜି ସାହସିକତା ର ସହିତ କୌଶଳ କ୍ରମେ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ। ମାତ୍ର ସନାତନ ଙ୍କ ଡଙ୍ଗା ଟି କୂଳରେ ପହଞ୍ଚିବା ପୂର୍ବରୁ ବୁଡ଼ି ଯାଇଥିଲା।
ତେଣୁ ଏଭଳି ଅଦମ୍ୟ ସାହାସିକତା ଓ ମାନବିକତାର ପରିଚୟ ଦେଖାଇଥିବା ବ୍ୟକ୍ତି ଙ୍କୁ ଜଗତପୁର ପୋଲିସ ପକ୍ଷରୁ ଥାନା ଅଧିକାରୀ ପ୍ରଶାନ୍ତ ସାସମଲ୍ ତାଙ୍କୁ ୭ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରିବା ସହ ତାଙ୍କର ସାହାସ ଓ ମାନବିକତାର ପଣ କୁ ପ୍ରଶଂସା କରିଥିଲେ।

Leave A Reply

Your email address will not be published.