ମରଣଜନ୍ତା ପାଲଟଛି ଜରିପଡା ଠାରୁ ଗଡ଼ଖଲ ରାସ୍ତା,ସ୍ତାନୀୟ ପ୍ରଶାସନର ଦୃଷ୍ଟି ନାହିଁ।

0 268

ବୋଲଗଡ଼, ୨୮/୧୧(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ପଞ୍ଚାୟତର ଜରିପଡା ଗ୍ରାମ ଠାରୁ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ର ଗଡ଼ଖଲ ଗ୍ରାମ ପର୍ଯ୍ୟନ୍ତ ପୁରାତନ ରାସ୍ତା ଯାହାକି ମାତ୍ର ୩ କିଲୋମିଟର ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତ ରାସ୍ତାଟି ବୋଲଗଡ଼ ବ୍ଲକ୍ ଓ ଭାପୁର ବ୍ଲକର ସଙ୍ଗମ ସ୍ଥଳୀ ହୋଇ ଥିବାରୁ କାହାର ଦୃଷ୍ଟି ପଡୁନାହିଁ। ଏପରିକି ଖରାଦିନେ ଖାଲ ଖମା ସକାଶେ ଲୋକମାନେ ଯାତାୟାତ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବର୍ଷା ଦିନ କଥା ନକହିବା ସବୁଠାରୁ ଭଲ। ବର୍ଷା ଦିନରେ ଏହି ୩ କିଲୋମିଟର ରାସ୍ତା ରେ ଆଣ୍ଠୁଏ ପାଣି ସହିତ କାଦୁଅ ଭର୍ତ୍ତି ହୋଇ ରହିଥାଏ, ଯାହାକି ସେହି ଅଞ୍ଚଳ ଲୋକମାନେ ସିଧାସଳଖ ରାସ୍ତାକୁ ଛାଡ଼ି ୧୫କିଲୋମିଟର ରାସ୍ତା ବୁଲି ଯିବାକୁ ପଡେ। ଭାପୁର ଡାକ୍ତର ଖାନା କିମ୍ବା ବାଙ୍କୋଇ ଡାକ୍ତର ଖାନା ଯିବାକୁ ହେଲେ ରୋଗୀକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତେଣୁ ରାସ୍ତା ଟିର ସ୍ଥାଇ ନିର୍ମାଣ ଆବଶ୍ୟକତା ଅଛି ବୋଲି ସାଧାରଣରେ ଦାବୀ ହୋଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.