ମଣ୍ଡି ସମସ୍ୟା ନେଇ କୃଷକ ସଂଘର କୋଦଳା ତହସିଲଦାରଙ୍କୁ ଦାବିପତ୍ର ।

0 104

ବେଗୁନିଆପଡା,୨୦/୦୮(ପିପିଟି):ଗୁରୁବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଇନାମ ବେଲପଡା ଓ କୋଦଳା ପାକ୍ସର କୃଷକ ସଂଘ ବିଭିନ୍ନ ଚାଷ ଓ ମଣ୍ଡି ସମସ୍ୟା କୁ ନେଇ ଗୁରୁବାର ଦିନ ଜିଲ୍ଲାପାଳ ଉଦେଶ୍ୟରେ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଚାଷୀଙ୍କ ଦାବି ମୁତାବକ ପ୍ରଥମେ ଜମି ବାବଦ ରାଜସ୍ବ କର ଦେବାରେ ସମ୍ପୃକ୍ତ ଆରଆଇ ରସିଦ ବହି ନଥିବା ଦର୍ଶାଇ କର ନେବାକୁ ମନା କରୁଛନ୍ତି ଫଳରେ ବିନା ରସିଦରେ ଚାଷୀ ପଞ୍ଜିକରଣ କରିବାରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ପଞ୍ଜିକରଣ କରିନପାରି ବାଧ୍ୟ ହୋଇ ବାହାରେ କମ ଦାମରେ ଆଦାୟ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ଦ୍ଵିତୀୟରେ ଚାଷୀମାନେ ପାକ୍ସ ନିକଟ ରୁ ଠିକରେ ଆବଶ୍ୟକୀୟ ସାର ପାଇପାରୁନାହାନ୍ତି । ବାହାରୁ ବାଧ୍ୟ ହୋଇ ତିନିଗୁଣା ଉଚାଦରରେ ସାର କିଣୁଛନ୍ତି ! ଏହାର ସମାଧାନ କରାଯାଇ ପାକ୍ସ ମାଧ୍ୟମରେ ସାର ଯୋଗାଇଦେବାକୁ କୃଷକ ସଙ୍ଘ ଦାବିକରିଛନ୍ତି । ତୃତୀୟ ଦାବି ଚାଷୀ ପଞ୍ଜିକରଣ ସମୟସିମା ବୃଦ୍ଧି କରାଯାଇ ଭାଗ ଚାଷୀ ଏବଂ ମନ୍ଦିର ଜମି ଚାଷ କରୁଥିବା ଚାଷୀଙ୍କ ଧାନ ଉଠାଯାଉ । ଗତ ବର୍ଷ ଚାଷୀଙ୍କ ଠାରୁ ନେଇଥିବା ଧାନ ର ପ୍ରାପ୍ୟ ଆଜିସୁଦ୍ଧା ପାଇନଥିବାରୁ ତାହା ଶୀଘ୍ର ପୈଠ କରାଯାଉ,ବାପାଙ୍କ ନାମରେ ଥିବା ପଟ୍ଟା ଜମିକୁ ଭାଇ ଭାଇ ଙ୍କ ମଧ୍ୟରେ ଭାଗ କରାଯାଇ ପଟ୍ଟା ବଣ୍ଟନ କରାଯାଉ, ଏବଂ ଅନଲାଇନ ରେ ରସିଦ ନ କଟାଯାଇ ଅଫ ଲାଇନ ରେ ରସିଦ କାଟି ପଞ୍ଜିକରଣ କୁ ସହଜ କରାଯାଉ! କାରଣ ଏସବୁ ର ଅସୁବିଧା ପାଇଁ ଏବର୍ଷ ଆଜିସୁଦ୍ଧା କେବଳ ୩୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ଏବଂ ଅନ୍ୟୁନ ୪୫୦ ଜଣ ଚାଷୀଙ୍କର ପଞ୍ଜିକରଣ ହେବାକୁ ବାକି ଅଛି । ସଂସାରକୁ ଚାଷୀମାନେ ହିଁ ଆହାର ଯୋଗାନ୍ତି । ତେଣୁ ଚାଷୀଙ୍କ ସମସ୍ୟା ଶୀଘ୍ର ସମାଧାନ କରିବାକୁ ତହସିଲଦାରଙ୍କ ଆଗରେ ଗୁହାରି କରିଛନ୍ତି । ଏ ସମସ୍ତ ସମସ୍ୟା କୁ ଗୁରୁତର ସହିତ ନେଇ ତହସିଲଦାର ଶ୍ରୀ ରାଉତରାୟ ସମସ୍ତ ସମସ୍ୟା ର ସମାଧାନ କରିବା ପାଇଁ ଚେଷ୍ଟା କରାଯିବ ଏବଂ ପୁରୁଣା ରସିଦ ଦେଖାଇ ମଧ୍ୟ ପଞ୍ଜିକରଣ କରାଯାଇ ପାରିବ ବୋଲି କହିଥିବା ବେଳେ ଗତ ବର୍ଷ ଧାନ ର ବକେୟା ପାଇନଥିବା ଚାଷୀ ଲିଖିତ ଦରଖାସ୍ତ ପ୍ରଦାନକରିବା କୁ ପରାମର୍ଶ ଦେଇଥିଲେ ! ମନ୍ଦିର ଜମି ର ସମସ୍ୟା ଦୁଇ ଦିନ ମଧ୍ୟରେ ଜଣାପଡିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ତହସିଲଦାର ଙ୍କ ସକାରାତ୍ମକ ଆଲୋଚନା ରେ ଖୁସିବ୍ୟକ୍ତ କରି ଶୀଘ୍ର ସମସ୍ୟା ର ସମାଧାନ ହୋଇପାରିବ ବୋଲି ବିଶ୍ୱାସ କରି ଫେରିଥିଲେ । ଏ ସମ୍ପର୍କରେ ତହସିଲଦାର ଶ୍ରୀ ରାଉତରାୟ ଙ୍କୁ ପଚାରିବାରେ ସେ କହିଥିଲେ ଯେ ଯଥାସାଧ୍ୟ ଚାଷୀ ଙ୍କ ସମସ୍ୟା ର ସମାଧାନ କରିବା ପାଇ ଚେଷ୍ଟା କରିବୁ, ଆଜି ଠାରୁ ପଟା କିମ୍ବା ରସିଦ ବାବଦ ରେ କିଛି ସମସ୍ୟା ଥିଲେ ମୋ ସାହିତ ଯୋଗାଯୋଗ କରାଇପାରିବେ ବୋଲି କହିଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.