ଭାରସାମ୍ୟ ହରାଇ ଭେକ୍ସିନ ଗାଡି ଦୁର୍ଘଟଣାଗ୍ରସ୍: ଗୁରୁତର ଡ୍ରାଇଭର ମେଡିକାଲରେ ଭର୍ତ୍ତୀ ।

0 252

କନ୍ଧମାଳ,୦୪/୦୬.(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଡାକ୍ତରଖାନାର ଭେକସିନ ଗାଡି ଶୁକ୍ରବାର ଦିନ ଭାରସାମ୍ୟ ହରାଇ ଓଲଟି ଯିବା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟଯେ, କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ସମରଡେଗା ବୁଲାଣି ରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇ ଯାଇଥିଲା । ଗୁରୁତର ଅବସ୍ଥାରେ ଡ୍ରାଇଭର ରାଜକିଶୋର ବେହେରାକୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଖଜୁରିପଡ଼ା ଡ଼ାକ୍ତରଖାନା ରେ ଭର୍ତ୍ତୀ କରି ପ୍ରାଥମିକ ଚିକିତ୍ସା କରିବା ପରେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ଖଜୁରୀପଡ଼ା ପୋଲିସ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.