ଭଞ୍ଜନଗର, ୨୩/୧୧(ପିପିଟି): ଭଞ୍ଜନଗର ଭେଜିପୁଟ ବଡ଼ଦାଣ୍ଡ ସାହି ଠାରେ ପୂଜା କମିଟି ତରଫରୁ କାର୍ତ୍ତିକେଶ୍ୱର ପୂଜା ବେଶ ଧୁମଧାମରେ ପାଳନ କରାଯାଉଛି।କାର୍ତ୍ତିକେୟଙ୍କ ସୁନ୍ଦର ମୃଣ୍ମୟୀ ମୂର୍ତ୍ତୀ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଓ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକମାଳାରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇ ଉଠିଛି।ଗୁରୁବାର ଭୋର ସମୟରୁ ଯଥା ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା।ପୂଜା ପାଇଁ ଜଳ ସଂଗ୍ରହ,ଅଧିବାସ,ଆବାହନ, ପ୍ରତିଷ୍ଠା,ହୋମଯଜ୍ଞ, ଆଳତୀ ଆଦି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ହୋଇଥିଲା।ଏଥିରେ କର୍ତ୍ତା ଭାବେ ପୂଜା କମିଟି ସଭାପତି ଦୀପକ ଗୌଡ଼ ଦାୟିତ୍ୱ ତୁଲାଇଥିଲେ।ସମ୍ପାଦକ ଅନନ୍ତ ନାରାୟଣ ବିଷୋୟୀ, ପରିଚାଳକ ଟୁକୁନା ସ୍ୱାଇଁ, କୋଷାଧ୍ୟକ୍ଷ ସୁନୀଲ କୁମାର ବିଷୋୟୀ, ନିରଜ ବିଷୋୟୀ,ପିଣ୍ଟୁ ବିଷୋୟୀ, ଅଜିତ ବିଷୋୟୀ ଓ ସମସ୍ତ ସାହି ବାସିନ୍ଦା ସହଯୋଗ କରିଥିଲେ।ଆସନ୍ତା ୨୭ତାରିଖରେ ପୂର୍ଣ୍ଣାହୁତି ଓ ଭଷାଣି କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଗୋଟିଏ ମାତ୍ର କାର୍ତ୍ତିକେଶ୍ୱର ପୂଜା ହେଉଥିବାରୁ ସନ୍ଧ୍ୟା ସମୟରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି।
(ଜେ. କେ ପଟ୍ଟନାୟକ)