ଭଞ୍ଜନଗରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୯୮ଟି ମାମଲା ସମାଧାନ ।

0 210

ଭଞ୍ଜନଗର, ୦୯/୦୫(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସିଭିଲ୍ କୋର୍ଟ ପ୍ରାଙ୍ଗଣରେ ଆଜି ଦ୍ୱିତୀୟ ଜାତୀୟ ଲୋକ ଅଦାଲତ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗରର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଅଧ୍ୟକ୍ଷ ତାଲୁକ ଆଇନ ସେବା ସମିତି ଶେଖ ମହମ୍ମଦ କଏସଙ୍କ ଅଧ୍ୟକ୍ଷତାରେ ଏହି ଲୋକ ଅଦାଲତ ଆୟୋଜିତ ହୋଇଥିଲା। ମୋଟ ୪୧୯ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୧୯୮ଟି ମାମଲାର ସମାଧାନ ହୋଇଥିଲା। ମାମଲାଗୁଡ଼ିକରୁ ମୋଟ ୩୭,୮୦,୯୧୫/- ଟଙ୍କା ଆଦାୟ ହୋଇଥିଲା।

ସମାଧାନ ହୋଇଥିବା ମାମଲାମାନଙ୍କ ମଧ୍ୟରେ ବ୍ୟାଙ୍କ ଋଣ ପୁନରୁଦ୍ଧାର ବାବଦରେ ୪,୫୫,୦୧୫ଟଙ୍କା ଓ ମୋଟର ଦୁର୍ଘଟଣା ବାବଦରେ ୩୧, ୮୦ହଜାର ଟଙ୍କା ଆଦାୟ ହୋଇଥିଲା। ଏହା ସହିତ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ୍ ଚାଲାଣ ମାମଲାରୁ ରୁ ୧,୪୫,୯୦୦ ଟଙ୍କା ଆଦାୟ ହୋଇଥିଲା।

ବ୍ୟାଙ୍କ ରିକଭରି କେସ ୪ ଟି, ମୋଟର ଦୁର୍ଘଟଣା ଜନିତ କେସ୍ ୪ଟି, ଟ୍ରାଫିକ ଚାଲଣ କେସ ୩୮ ଟି, ବୈବାହିକ ବିବାଦ କେସ ୧, ସିଭିଲ କେସ ୩ ଟି, ଅନ୍ୟାନ୍ୟ କ୍ରିମିନାଲ କେସ୍ ୧୫୧ ଟି ସମାଧାନ କରାଯାଇଥିଲା।

ଲୋକ ଅଦାଲତରେ ସିନିୟର ସିଭିଲ ଜଜ ଦେବାଶିଷ ବିଶୋୟୀ, ଏସ୍ ଡି ଜେ ଏମ୍ ସୌମ୍ୟ ରଞ୍ଜନ ପୃଷ୍ଟି, ଜେ ଏମ୍ ଏଫ୍ ସି ଭିୟନା ନାୟକ, ଲୋକ ଅଦାଲତ ବେଞ୍ଚ ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଆଇନଜୀବୀ ରମେଶ ପଣ୍ଡା, ଆଇନ୍ ସେବା ସଦସ୍ୟl ଅଳକା ମଞ୍ଜରି ପଟ୍ଟନାୟକ, ଭଞ୍ଜନଗର ବାର ଆସୋସିଏସନ ସଭାପତି ସନ୍ତୋଷ କୁମାର ନାୟକ ଏବଂ ମାମଲାର ପକ୍ଷକାରମାନେ ଯୋଗ ଦେଇଥିଲେ। ଆଇନୀଜୀବୀ ସନ୍ତୋଷ ତିଆଡ଼ି, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସୁଧୀର ରଞ୍ଜନ ମହାପାତ୍ର, ଦେବୀ ପ୍ରସାଦ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ମହାପାତ୍ର, ତାଲୁକ ଆଇନ ସେବା ସମିତି ସହଯୋଗ କରିଥିଲେ।

ଲୋକ ଅଦାଲତ ମାଧ୍ୟମରେ ଦୀର୍ଘଦିନ ଧରି ଅପେକ୍ଷାରତ ମାମଲାଗୁଡ଼ିକର ଶୀଘ୍ର, ସହଜ ଓ ଅଳ୍ପ ଖର୍ଚ୍ଚରେ ସମାଧାନ ହେବା ସହିତ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଥିବାରୁ ସାଧାରଣ ଲୋକମାନେ ଖୁସି ପ୍ରକାଶ କରିଛନ୍ତି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.