ବ୍ଲକ ସ୍ତରୀୟ ସାମାଜିକ ସୁରକ୍ଷା ଜନଶୁଣାଣି ।

0 6

କୋଦଳା ,୨୧/୦୮(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ସମ୍ମିଳନୀ କକ୍ଷରେ ଆଜି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ଓ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଉପସ୍ଥିତ ରହି ଜନଶୁଣାଣିର ଅଧ୍ୟକ୍ଷତା କରିଥିଲେ। ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ସାମନ୍ତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା, ଯନ୍ତ୍ରୀ ପ୍ରଦୀପ ସାହୁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଉପାଧ୍ଯକ୍ଷ ସୁଧାକର ପ୍ରଧାନ, ଜିପିଓ ସୁଧୀର ପ୍ରଧାନ ମଞ୍ଚାସୀନ ଥିଲେ। ସରପଞ୍ଚ, ସମିତି ସଭ୍ୟ, ବନବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହ ଏହି ଯୋଜନାରେ ସଂଶ୍ଲିଷ୍ଟ ଥିବା ବିଭିନ୍ନ କର୍ମଚାରୀ ଉପସ୍ଥିତ ଥିଲେ। ଯଦିଓ ଏବେ ମନରେଗା ଯୋଜନାର ନାମ ପରିବର୍ତ୍ତନ ସହ ୧୦୦ ଦିନ ବଦଳରେ ୧୨୫ ଦିନ ରୋଜଗାର ଆଇନ ଲାଗୁ ହୋଇଛି, କିନ୍ତୁ ପୂର୍ବରୁ ମନରେଗା ଯୋଜନାର ବିଭିନ୍ନ କାର୍ଯ୍ଯ ଶେଷ ହୋଇନି ଏବଂ ବିଲ୍ ବି ଅଟକି ରହିଛି। ଏଣୁ ଏ ସଂପର୍କରେ ଅଭିଯୋଗ ଆଗତ ହୋଇଥିଲା। ବିଭିନ୍ନ ପଞ୍ଚାୟତରେ ମନରେଗା ମେଟେରିଆଲ ବିଲ୍ ପାସ୍ ହୋଇ ନଥିବା ଅଭିଯୋଗ ହୋଇଛି। ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ବର୍ତ୍ତମାନ ଚାଲିଥିବା ଭିବି-ଜି-ରାମ-ଜି ଯୋଜନା ଦିଗହରା ଅଭିଯୋଗ କରିଛନ୍ତି କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ।ଶ୍ରମିକଙ୍କ ଫଟୋ ଉଠାଇ ମିଥ୍ଯା ଶ୍ରମିକ ନାମରେ ବିଲ୍ କରାଯାଉଥିବା କହିଥିଲେ ଶ୍ରୀମତୀ ତ୍ରିପାଠୀ। ଏବଂସେପଟେ ସରପଞ୍ଚ ମାନଙ୍କୁ ନଜଣାଇ କାମ ହେଉଥିବା ଅଭିଯୋଗ କରିଥିଲେ ଖଣ୍ଡିଆନଈ ସରପଞ୍ଚ ପକଂଜ ସେଠୀ। ମୃତ୍ତିକା ସଂରକ୍ଷଣ ବିଭାଗର ବେପରୁଆ କାର୍ଯ୍ଯକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ସମସ୍ତ ଅଭିଯୋଗକୁ ଗୁରୁତ୍ବ ଦିଆଯିବା ସହ ପଦକ୍ଷେପ ନେବାକୁ କହିଥିଲେ ଛତ୍ରପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆସିଥିବା ଡେପୁଟି କଲେକ୍ଟର ଲଷ୍ମୀ ପ୍ରସନ୍ନ ଦୋରା।

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ସାମାଜିକ ଜନଶୁଣାଣି ବା ସାମାଜିକ ସମୀକ୍ଷା ହେଉଛି ଏକ ସ୍ୱଚ୍ଛତା ପ୍ରକ୍ରିୟା। ଏହା ଜରିଆରେ ଗ୍ରାମପଞ୍ଚାୟତ ସ୍ତରରେ ହୋଇଥିବା କାମ, ଖର୍ଚ୍ଚ ହୋଇଥିବା ଅର୍ଥ ଏବଂ ଶ୍ରମିକଙ୍କ ପାରିଶ୍ରମିକ ଆଦିର ସମୀକ୍ଷା କରାଯାଇ ବ୍ଲକ କିମ୍ବା ଜିଲ୍ଲା ସ୍ତରରେ ଜନସାଧାରଣଙ୍କ ସାମ୍ନାରେ ଶୁଣାଣି କରାଯାଇଥାଏ।ସାମାଜିକ ଜନଶୁଣାଣିର

ଯୋଜନାରେ ହୋଇଥିବା ଦୁର୍ନୀତି ଏବଂ ଅନିୟମିତତାକୁ ରୋକିବା।ବାସ୍ତବ ସ୍ଥିତି ଯାଞ୍ଚ, କାଗଜପତ୍ରରେ ଥିବା ହିସାବ ଏବଂଜମିମାଳରେ ହୋଇଥିବା କାମର ତୁଳନା କରିବା।ଜବ୍ କାର୍ଡଧାରୀ ଏବଂ ସାଧାରଣ ଲୋକଙ୍କୁ ସେମାନଙ୍କ ଅଧିକାର ଓ ଖର୍ଚ୍ଚ ସମ୍ପର୍କରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ଉଦେଶ୍ୟ ହୋଇଥିବା ବେଳେ ବାସ୍ତବରେ ଏହି ଜନଶୁଣାଣି ରେ ଏସବୁ ଦେଖିବାକୁ ମିଳିନାହିଁ। ଚିରାଚରିତ ଢଙ୍ଗରେ ଏଭଳି କାର୍ଯ୍ୟକ୍ରମ ହୋଇଥିବା ପରିଲକ୍ଷିତ ହୋଇଛି।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.