ଭଞ୍ଜନଗର, ୨୩/୦୪(ପିପିଟି) : ବୁଧବାର ପୁଣିଥରେ ବେନିୟମ ବନ୍ଧୁକ ଉଦ୍ଧାର କରିବା ସହ ୨ଜଣଙ୍କୁ ଗିରଫ କରିଛି ଭଞ୍ଜନଗର ପୋଲିସ। ମଙ୍ଗଳବାର ବେନିୟମ ଭାବେ ବନ୍ଧୁକ ରଖିବା ଅଭିଯୋଗରେ ୩ ଜଣ ଗିରଫ ହୋଇଥିବା ବେଳେ ବୁଧବାର ଏଥିରେ ଆଉ ଦୁଇଜଣ ଯୋଡ଼ି ହୋଇଛନ୍ତି। ଭଞ୍ଜନଗର ପୋଲିସ ନୟାଗଡ଼ ଜିଲା ଶରଣକୁଳର ସାଲୁ ନାଇକ ଏବଂ ଭଞ୍ଜନଗର ଲଣ୍ଡେଇ ସାହିର ସୁର୍ଯ୍ୟ ପ୍ରଧାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଏବଂ ଦୁଇଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଏଥିସହ ଗୋଟିଏ ସ୍କୁଟି ଗାଡି ମଧ୍ୟ ଜବତ କରାଯାଇଛି। ବେନିୟମ ଭାବେ ବନ୍ଧୁକ ଆହୁରି କିଛି ଲୋକ ରଖିଛନ୍ତି। ପୋଲିସ ସେମାନଙ୍କ ଉପରେ ନଜର ରଖିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ପୋଲିସ ଗିରଫ ପାଇଁ ଜାଲ ବିଛାଇଛି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)