ବେଗୁନିଆପଡା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ସହ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ଓ ଶୁଭ ଉଦଘାଟନ ।

0 264

କୋଦଳା,୦୩/୧୧(ପିପିଟି):ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି । ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଏଭଳି ଏକ ବଡ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡି । ସେହିକ୍ରମରେ ଶୁକ୍ରବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ବେଗୁନିଆପଡା ବ୍ଲକର ସାଙ୍କୁଡ଼ା ପଂଚାୟତରେ ପଦ ଯାତ୍ରା ସହ ଜଗତେଶ୍ୱର ମନ୍ଦିର ଉର୍ନ୍ନତିକରଣ, ଓଁ ଶାନ୍ତି ପ୍ରାଥନା ଗୃହ, କୁମୁଟି ପେଣ୍ଠଘର, ଗୁଣ୍ଡିଚା ମନ୍ଦିରର ପୁନଃରୁଦ୍ଧାର,ଚଣ୍ଡପଲି କଲ୍ୟାଣ ମଣ୍ଡପ କାର୍ଯ୍ୟର ଶିଳାନ୍ୟାସ ସହ ସାଙ୍କୁଡ଼ାରେ ବ୍ୟୟାମସାଳାର ଶୁଭଉଦଘାଟନ କରିଥିଲେ ବିଧାୟିକା । ଏହା ପରେ ସୁମଣ୍ଡଳ ପଂଚାୟତ ବଜାରରେ ଥିବା ଗ୍ରାମ ପଂଚାୟତ ସହାୟତା କେନ୍ଦ୍ର ଓ କାଳୁଆ ଷଣ୍ଢ ମନ୍ଦିର ନିକଟରେ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କରିବା ସହ ଗୁଣ୍ଡିଚା ମନ୍ଦିର ପୁନଃରୁଦ୍ଧାର କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ବିଧାୟିକା । ସାଙ୍କୁଡ଼ା ଜଗନ୍ନାଥ ମନ୍ଦିର ନିକଟ ଏବଂ ସୁମଣ୍ଡଳ ବଜାର ରେ ଏକ ପଥପ୍ରାନ୍ତ ସଭା କରାଯାଇ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ଓ ସରକାରଙ୍କ ଯୋଜନା ତଥା ନଵୀନ ବାବୁଙ୍କ ଭାବମୂର୍ତ୍ତି ଓ ବିକାଶ ଉପରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ସାହି ବୁଲି ସରକାରଙ୍କ ଜନାଭିମୁଖୀ ଯୋଜନା ସମ୍ପର୍କ ଆଲୋଚନା କରିଥିଲେ । ଏଥିରେ ବିଧାୟିକା ସମେତ ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼,ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ,ପ୍ରତିନିଧି ଜୟରାମ ସ୍ୱାଇଁ,ଗୋପବନ୍ଧୁ ସାହୁ,ହୃଷିକେଶ ପାତ୍ର,ବେଗୁନିଆପଡା ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼,ବ୍ଲକ ସଭାପତି ସିମାଞ୍ଚଳ ସାମଲ,ଆତ୍ମା ଅଧକ୍ଷ ବିଜୟ ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ସାଙ୍କୁଡ଼ା ସରପଞ୍ଚ ସୁଷମା ତିଆଡ଼ି, ସମିତି ସଭ୍ୟା ଜୟନ୍ତୀ ସ୍ୱାଇଁ,ସୁମଣ୍ଡଳ ସରପଞ୍ଚ ଶିବ ଶଙ୍କର ବାରିକ,ସମିତି ସଭ୍ୟ ସନ୍ତୋଷ କୁମାର ସାହୁ ସମାଜସେବୀ ମହେଶ୍ୱର ବରାଡ଼, ମହେନ୍ଦ୍ର କୁମାର ଗୌଡ଼ଙ୍କ ସମେତ ଅନେକ ବିଜେଡି କର୍ମୀ ଯୋଗଦେଇ ଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.