ବେଗୁନିଆପଡା ଠାରେ ଓଡ଼ିଆ ଚଳଚିତ୍ର ‘ଦଣ୍ଡକାଳୀ’ର ପ୍ରମୋସନ।

0 204

ବେଗୁନିଆପଡା୧୨/୦୯(ପିପିଟି ):ଗଞ୍ଜାମର ପାରମ୍ପରିକ ଦଣ୍ଡଯାତ୍ରାକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ‘ଦଣ୍ଡକାଳୀ’ ରିଲିଜ୍ ପରେ ଆଜି ବେଗୁନିଆପଡା ସ୍ଥିତ ଲକ୍ଷ୍ମୀ ଟକିଜ ପରିସରରେ ଏହାର ପ୍ରମୋସନ ହୋଇଯାଇଛି । ୧୧ ତାରିଖରେ ଫିଲ୍ମ ରିଲିଜ୍ ହେବାପରେ ଆଜି ଏହି କାର୍ଯ୍ୟକ୍ରମରେ ଦର୍ଶକଙ୍କ ଉପସ୍ଥିତିରେ କଳାକାରଙ୍କୁ ସ୍ୱାଗତ କରିନିଆଯାଇଥିଲା। ଗଞ୍ଜାମର ପାରମ୍ପରିକ ଦଣ୍ଡଯାତ୍ରାକୁ ନେଇ ନିର୍ମିତ ଏହି ଫିଲ୍ମ ଦର୍ଶକଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବ ବୋଲି କହିଛନ୍ତି ପ୍ରଯୋଜକ । ରାଜେଶ୍ୱରୀ ସିନେ କ୍ରାଫ୍ଟସର କର୍ମକର୍ତ୍ତାଙ୍କ ସହ ଏହି ଚଳଚିତ୍ରକୁ ନିର୍ଦ୍ଦେଶକ ସୁଧାଂଶୁ ସାହୁ ନିର୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ନିର୍ଦେଶନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ରାଜଶ୍ରୀ ଘୋଷ, ଅଭିନେତା ଚିତ୍ରସେନ ଘୋଷ, ଅଭିନେତ୍ରୀ  ଉଷାଶ୍ରୀ ମିଶ୍ର, ପ୍ରୀତି ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇଥିବା ବେଳେ ହଲରେ ଦର୍ଶକଙ୍କ ସହ ଫିଲ୍ମ ଦେଖିଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଳଚିତ୍ର ସୁଟିଂ ହୋଇଥିବା ବେଳେ ଏହି ଧାର୍ମିକ ପରମ୍ପରାକୁ ନେଇ ଚଳଚିତ୍ର ବେଶ ଆଦୃତ ହେବ ବୋଲି ଅଭିନେତା ଚିତ୍ରସେନ ଘୋଷ କହିଛନ୍ତି।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.